ରାଜ୍ୟରେ ଆଉ ୧,୦୧୧ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କମୁନି କରୋନା ସଂକ୍ରମଣ । ଆଜି ବି ରାଜ୍ୟରେ ଏକ ହଜାର ଉପରେ କରୋନା ଦୈନିକ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଆଉ ୧,୦୧୧ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ସଙ୍ଗରୋଧରୁ ୫୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨୦ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୩୦ ସଂକ୍ରମିତ ରହିଥିବା ଜଣାପଡ଼ିଛି ।
ଖୋର୍ଦ୍ଧାରୁ ସର୍ବାଧିକ ୨୩୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୮୦, ସମ୍ବଲପୁରରୁ ୧୦୫ ଓ କଟକରୁ ୮୧ ମୟୂରଭଞ୍ଜରୁ ୭୧, ଷ୍ଟେଟପୁଲରୁ ୪୨ ଓ କଳାହାଣ୍ଡିରୁ ୩୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୟାଗଡ଼ରୁ ୩୨, ବଲାଙ୍ଗୀରରୁ ୨୫ ଓ ଯାଜପୁରରୁ ୨୨, ବରଗଡ଼ରୁ ୧୮, ସୋନପୁରରୁ ୧୮ ଓ ବାଲେଶ୍ୱରରୁ ୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦ୍ରାପଡ଼ାରୁ ୧୫, ପୁରୀରୁ ୧୩, ବୌଦ୍ଧ, କଳାହାଣ୍ଡି ଓ କେନ୍ଦୁଝରରୁ ୧୨ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଝାରସୁଗୁଡ଼ାରୁ ୧୧, ନବରଙ୍ଗପୁରରୁ ୯, ଜଗତସିଂହପୁରରୁ ୯, ନୂଆପଡ଼ାରୁ ୮, ଭଦ୍ରକରୁ ୬, ଗଜପତି, କୋରାପୁଟ ଓ ରାୟଗଡ଼ାରୁ ୫ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେବଗଡ଼ରୁ ୪, ଢେଙ୍କାନାଳରୁ ୨, ଅନୁଗୁଳ ଓ ଗଞ୍ଜାମରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ଅନ୍ୟପଟେ ରାଜ୍ୟରେ ଗୋଟିଏ ଦିନରେ ଆଉ ୯୧୫ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସକ୍ରିୟ ମାମଲା ୭ହଜାର ୪୪୦ ମାମଲା ରହିଛି ।
Comments are closed.