www.samajalive.in
Saturday, December 13, 2025
26.1 C
Bhubaneswar

ସାଙ୍ଗକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲା ସାଙ୍ଗ

ଆସିକା: ସମାନ୍ୟ ବଚସାରୁ ସାଙ୍ଗକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲା ସାଙ୍ଗ । କବିସୂର୍ଯ୍ୟନଗର ଥାନା ବଡ଼ଆଗୁଳି ଗଙ୍ଗାପୁର ରାସ୍ତାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ମୁତାବକ ଦୁଇ ସାଙ୍ଗ ଗଙ୍ଗାପୁର ନିକଟରେ ମଦ୍ୟପାନ କରୁଥିଲେ । ମଦ୍ୟପାନ କରିବା ପରେ କୌଣସି ଏକ କଥାକୁ ନେଇ ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ପରେ ଜଣେ ସାଙ୍ଗ ବହୁ ଜୋରରେ ରାଗିଯାଇ ଅନ୍ୟ ଜଣଙ୍କୁ ଏକ ଠେଙ୍ଗାରେ ପିଟିପିଟି ହତ୍ୟାକରିଥିଲା । ଏନେଇ କବିସୂର୍ଯ୍ୟନଗର ଥାନା ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories