www.samajalive.in
Sunday, December 14, 2025
26.1 C
Bhubaneswar

ହିିଞ୍ଜୁଳୀ ନଦୀରେ ଭାସି ବୃଦ୍ଧ ନିଖୋଜ

ଦେବଗଡ଼: କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କରଲଗା ଗ୍ରାମରେ ନଦୀ ପାରି ହେଉଥିବା ବେଳେ ଜଣେ ବୃଦ୍ଧ ପ୍ରଖର ଜଳ ଶ୍ରୋତରେ ଭାସି ଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଶନିବାର ଅପରାହ୍ନ ପ୍ରାୟ ୩ଟା ୩୦ ମିନିଟ ସମୟରେ କରଲଗା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଲହରା (୬୦) ନାମକ ଜଣେ ବୃଦ୍ଧ ଚାଷକାମ ସାରି ଘଯରକୁ ଫେରିବା ପାଇଁ ନିକଟସ୍ଥ ହିଞ୍ଜୁଳୀ ନଦୀ ପାରି ହେଉଥିଲେ। ମାତ୍ର ନଦୀର ପ୍ରଖର ସ୍ରୋତ ଯୋଗୁଁ ସେ ପଣିରେ ଭାସି ଯାଇ ନିଖୋଜ ହୋଇଯାଇ ଥିଲେ। ପରିବାର ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ସୂଚନା ଦେବାରୁ ରିଆମାଳ ଅଗ୍ନିଶମ ବାହିନୀ ସେଠାରେ ପହଂଚି ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ ହେଁ ବର୍ତମାନ ପର୍ଯ୍ୟନ୍ତ ପୂର୍ଣ୍ଣଚନ୍ଦ୍ରଙ୍କର କୌଣସି ପତ୍ତା ମିଳିପାରିନାହିଁ। ଅନ୍ୟ ପକ୍ଷରେ ରାତ୍ରି ହୋଇଯିବାରୁ ଅନ୍ଧକାର ମଧ୍ୟରେ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇନଥିବାରୁ ଇତିମଧ୍ୟରେ ଦମକଳ ବାହୀନୀ ଫେରିଯାଇଥିବା ସୂଚନା ମିଳିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories