www.samajalive.in
Tuesday, December 9, 2025
16.1 C
Bhubaneswar

ଭଟ୍ଟାରିକା ଅବସରପ୍ରାପ୍ତ କର୍ମଚାରୀ ସଂଘ ପାଳନ କଲେ ଆଜାଦୀ କା ଅମୃତ ମହୋତ୍ସବ

ବଡ଼ମ୍ବା: ଏହି ବ୍ଲକ ଅନ୍ତର୍ଗତ ଭଟ୍ଟାରିକା ଅବସରପ୍ରାପ୍ତ କର୍ମଚାରୀ ସଂଘ ପାଳନ କରିଛନ୍ତି ଆଜାଦୀକା ଅମୃତ ମହୋତ୍ସବ। ଶୁକ୍ରବାର ଏହି ଉପଲକ୍ଷେ ସଂଘର ସଭାପତି ଶ୍ରୀଧର ପୁହାଣଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ସଦସ୍ୟ ତଥା ସେବାନିବୃତ ଶିକ୍ଷା ନିର୍ଦେଶକ ସନାତନ ବେହେରା ଏହି ଅବସରରେ ଆଜାଦୀକା ଅମୃତ ମହୋତ୍ସବ ଏବଂ ଏହା ପାଳନ କରିବାର ତାତ୍ପର୍ଯ୍ୟ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟରେ ଉତ୍ତମ ଶୈକ୍ଷିକ ବାତାବରଣ ଅପରିହାର୍ଯ୍ୟ ଏ ସମ୍ପର୍କରେ ଏହି ଅବସରରେ ଆଲୋଚନା କରାଯାଇଥିଲା। ସଂଘର ଆମନ୍ତ୍ରଣ କ୍ରମେ ଭଟ୍ଟାରିକା, କରଡ଼ିବନ୍ଧ ଏବଂ ସଂଲଗ୍ନ ବିଦ୍ୟାଳୟର ବହୁ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ ପୂର୍ବକ ସେମାନଙ୍କ ଅଭିମତ ପ୍ରଦାନ କରିଥିଲେ। ସେହିଭଳି ସଂଘର ଉପସଭାପତି ଦେବରାଜ ନାୟକ, ସଦସ୍ୟ ଗୋଲକବିହାରୀ ସାହୁ, ଅନ୍ତର୍ଯ୍ୟାମି ପୁହାଣ, ଇନ୍ଦ୍ରମଣି ବାରିକି ପ୍ରମୁଖ ନିଜନିଜର ମତପୋଷଣ କରିଥିଲେ। କାର୍ତ୍ତିକଚନ୍ଦ୍ର ପୁହାଣଙ୍କ ଧନ୍ୟବାଦ ପ୍ରଦାନ ସହିତ ସଭାକାର୍ଯ୍ୟ ସମ୍ପନ ହୋଇଥିଲା।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories