www.samajalive.in
Sunday, December 14, 2025
15.1 C
Bhubaneswar

ଅଦ୍ୱୈତ ଫାଉଣ୍ଡେସନ ପକ୍ଷରୁ ମେଧା ବିଦ୍ୟାର୍ଥି ସମ୍ମାନ

ବାଙ୍କୀ: ନିକଟରେ ବାଙ୍କୀ ଉପଖଣ୍ଡରେ କୃତିତ୍ୱର ସହ ମେଟ୍ରିକ ସାର୍ଟିଫିକେଟ ପରୀକ୍ଷାରେ ସବଶ୍ରେଷ୍ଠ ମେଧା ସ୍ଥାନ ହାସଲ କରିଥିବା ବିଦ୍ୟାର୍ଥିମାନଙ୍କୁ ବାଙ୍କୀ ଅଦ୍ୱୈତ ଫାଉଣ୍ଡେସନ ପକ୍ଷରୁ ମେଧା ବିଦ୍ୟାର୍ଥି ସମ୍ମାନ-୨୦୨୨ ପ୍ରଦାନ କରାଯାଇଛି। ସ୍ଥାନୀୟ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଙ୍କୀ-ଡମପଡା ବ୍ଲକ,ବାଙ୍କୀ ବ୍ଲକ ଓ ବାରଙ୍ଗ ବ୍ଲକର ୮ପଞ୍ଚାୟତ ମଧ୍ୟରୁ ସର୍ବୋଚ୍ଚ ନମ୍ବର ରଖିଥିବା ବିଭିନ୍ନ ହାଇସ୍କୁଲର ବିଦ୍ୟାର୍ଥି ମାନେ ଉପସ୍ଥିତ ରହି ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି। ଅଦ୍ୱୈତ ଫାଉଣ୍ଡେସନର ମହାସଚ୍ଚିବ ନଳିନୀ ରାୟଙ୍କ ଅଧ୍ୟକ୍ଷତାରେ ସଞ୍ଚାଳିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ସମ୍ମାନୀତ ଅତିଥି ୩୮ନଂ ଜିଲା ପରିଷଦ ଜୋନ ସଦସ୍ୟ ଆଶିଷ କୁମାର ସାହୁ, ପ୍ରେସ କ୍ଲବ ସଭାପତି ବଳଭଦ୍ର ପଣ୍ଡା, ଉପସଭାପତି ସମରେନ୍ଦ୍ର ମହାପାତ୍ର,ଦେବାଶିଷ ମହାନ୍ତି, ଉତ୍କଳ କେଶରୀ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ।

୨୦୨୨ ମାଟ୍ରିକ ସାର୍ଟିଫିକେଟ ପରୀକ୍ଷାର ବିଭିନ୍ନ ବିଦ୍ୟାଳୟରୁ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଆଶୁତୋଷ ମହାପାତ୍ର,ସୁବ୍ରଜିତ୍ ଗୋଚ୍ଛି,ଶ୍ରଦ୍ଧା ସୁମନ ସ୍ୱାଇଁ, ଆସ୍ତିକ ତ୍ରିପାଠୀ, ରୁଦ୍ରପ୍ରତାପ ବାରିକ, ଆୟୁଷ ପ୍ରିୟଦର୍ଶୀ, ସ୍ନିଗ୍ଧା ସୁଚରିତା ପ୍ରଧାନ, ସନ୍ଦିପ କୁମାର ବେହେରା, କୁମାର ଆସୁତୋଷ ଦାସ, ହରପ୍ରିୟା ଦାସ, ଶ୍ରୀସାନ୍ତ କୁମାର ଦାସ, ଈଶ୍ୱର ଚନ୍ଦ୍ର ଦାସ, ଅବିନାଶ ବେହେରା, ଅମ୍ଲାନ ସାହୁ, ଅମୂଲ୍ୟ ରାଉତରାୟ, ବିଶ୍ୱଜିତା ବେଉରା, ଜୟଶ୍ରୀ ସାହୁ, ଓମପ୍ରକାଶ ପ୍ରଧାନ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ସ୍ପନ୍ଦନ ସୁଆର, ସୁଭମ ମଙ୍ଗରାଜ, ଶୁଭମ ସୁଆର, ଶୁଭଶ୍ରୀ ସାସ୍ୱତୀ ସାହୁ, ସୁଦେଷ୍ଣା ବେହେରା, ସ୍ୱୟଂପ୍ରଭା ମନ୍ତ୍ରୀ, ତ୍ରିସା ସାମନ୍ତରାୟ ପ୍ରମୁଖ ମୁଖ୍ୟ ଅତିଥିଙ୍କ ଠାରୁ ପ୍ରମାଣପତ୍ର ଓ ଅଦ୍ୱୈତ ଫାଉଣ୍ଡେସନ ପ୍ରଦତ୍ତ ମେଧା ଟ୍ରଫି ଗ୍ରହଣ କରି ସମ୍ବର୍ଦ୍ଧିତ ହୋଇଛନ୍ତି।

- Advertisement -

ସେହିପରି କୃତକାର୍ଯ୍ୟ ହାସଲ କରିଥିବା ୮ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇ ବିଦ୍ୟାର୍ଥିଙ୍କ ସଫଳତା ପଛର ପ୍ରେରଣାଦାୟକ ଭାବରେ ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିବା ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି। ସେହିପରି କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କୁ ଅଦ୍ୱୈତ ଫାଉଣ୍ଡେସନର ମହାସଚ୍ଚିବ ନଳିନୀ ରାୟ ଉତ୍ତୋରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଅତିଥି ପରିଚୟ କରିଥିଲା ବେଳେ କବି ବଂଶୀଧର ମହାପାତ୍ର ଧନ୍ୟବାଦ ଦେଇଥିଲେ। ସମାଜସେବୀ ଅକ୍ଷୟ ସାମଲ, ପ୍ରକାଶ ପ୍ରଧାନ, ସୁବ୍ରତ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ବିଶିଷ୍ଟ ବ୍ୟକ୍ତି ସୁବାଷ ଚନ୍ଦ୍ର ପାଢୀ, ବାଙ୍କୀ ବ୍ଲକ ଶିକ୍ଷାଧିକାରୀ ସନ୍ତୋଷ କୁମାର ସେଠୀ, ଡମପଡା ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଅଶୋକ କୁମାର ପଟ୍ଟନାୟକ, ବିଆରସିସି ପ୍ରଫୁଲ୍ଲ କୁମାର ବେହେରା, ବାଙ୍କୀ ଏନଏସି ଉପାଧ୍ୟକ୍ଷ ସନ୍ତୋଷ ରଣା, ଜାମିନୀକାନ୍ତ ମହାପାତ୍ର, ସନାତନ ବେହେରା, ଗୌରାଙ୍ଗ ବେହେରାଙ୍କ ସମେତ ବିଦ୍ୟାର୍ଥିଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ। ବଡମଣିଷ ହେବା ଅପେକ୍ଷା ବିଦ୍ୟାର୍ଥିମାନେ ଜଣେ ଭଲ ମଣିଷ ହେବା ପାଇଁ ପ୍ରେରଣା ଲାଭ କରିବା ପାଇଁ ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories