www.samajalive.in
Sunday, December 14, 2025
26.1 C
Bhubaneswar

ସ୍ୱାଦିଷ୍ଟ ଲଙ୍କା ପକୁଡି

ଆବଶ୍ୟକ ସାମଗ୍ରୀ
ବଡ ସିମଲା ଲଙ୍କା – ଆବଶ୍ୟକ ପରିମାଣରେ
ସିଝା ଆଳୁ – ୫ଟି
ଲଙ୍କା ଗୁଣ୍ଡ – ୧ ଚାମଚ
ଗରମ ମସଲା – ୧ ଚାମଚ
ଚାଟ୍‍ ମସଲା – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଧନିଆପତ୍ର – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ଅନୁଯାୟୀ
ବେସନ – ୧କପ
ବେକିଙ୍ଗ ପାଉଡର – ୧ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଲଙ୍କାକୁ ମଝିରୁ କାଟି ଏହା ମଧ୍ୟରୁ ମଞ୍ଜି କାଢି ଦିଅନ୍ତୁ। ଏବେ ସିଝା ଆଳୁରେ ଲଙ୍କା ଗୁଣ୍ଡ,ଗରମ ମସଲା,ଚାଟ୍‍ ମସଲା, ଧନିଆପତ୍ର,ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ଲଙ୍କା ଭିତରେ ରଖନ୍ତୁ। ଅନ୍ୟ ଏକ ପାତ୍ରରେ ବେସନ, ବେକିଙ୍ଗ ପାଉଡର, ଲଙ୍କାଗୁଣ୍ଡ, ଲୁଣ ଅଳ୍ପ ପକାଇ ପାଣିରେ ଏକ ଘୋଳ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଲଙ୍କାକୁ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଲଙ୍କା ପକୁଡି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories