www.samajalive.in
Friday, December 12, 2025
16.1 C
Bhubaneswar

ପ୍ରଶାସନ ଦ୍ୱାରା ଅହେତୁକ ବାଲି ଦର ବୃଦ୍ଧି; ଆନ୍ଦୋଳନକୁ ଓହ୍ଲାଇବ ଟ୍ରାକ୍ଟର ମାଲିକ ସଂଘ

ଫୁଲବାଣୀ: ପ୍ରଶାସନ ପକ୍ଷରୁ ଅହେତୁକ ଭାବରେ ବାଲିର ଦର ବୃଦ୍ଧି କରାଯାଇଥିବା ଅଭିଯୋଗ କରିଛି ଟ୍ରାକ୍ଟର ମାଲିକ ସଂଘ । ଏହାର ପ୍ରତିବାଦରେ ପ୍ରାୟ ୨୦ ଦିନ ହେଲା ଫୁଲବାଣୀର ସମସ୍ତ ଟ୍ରାକ୍ଟର ଚଳାଚଳ ବନ୍ଦ ରହିଛି । ଫଳରେ ଠିକାଦାର ମାନଙ୍କ ଠାରୁ ଆରମ୍ଭ କରି ଘର ତିଆରି କରୁଥିବା ଲୋକେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି କାରଣରୁ ଅନେକ ସରକାରୀ ଓ ବେସରକାରୀ ନିର୍ମାଣ କାର୍ଯ୍ୟ ବନ୍ଦ ରହିବାରୁ ଦିନ ମଜୁରିଆ ମାନେ ମଧ୍ୟ କାମ ନପାଇ ଅସୁବିଧା ଭୋଗୁଛନ୍ତି । ଅପରପକ୍ଷରେ ପ୍ରଶାସନ ମଧ୍ୟ ଏ ଦିଗରେ କୌଣସି ସମାଧାନ ବାଟ ବାହାର କରୁନାହିଁ ।

ଦର ବୃଦ୍ଧି କରିବା ପୂର୍ବରୁ ପ୍ରଶାସନ କୌଣସି ଠିକାଦାର, ଟ୍ରାକ୍ଟର ମାଲିକ କିମ୍ବା ଏଥି ସହ ସଂପୃକ୍ତ ଲୋକଙ୍କ ସହ ଆଲୋଚନା ନକରି ଏକପାଖିଆ ନିଷ୍ପତ୍ତି ନେଇଛନ୍ତି ବୋଲି ଅଭିଯୋଗ କରିଛି ସଂଘ । ଅନ୍ୟପକ୍ଷରେ ବର୍ଦ୍ଧିତ ଦରରେ ଲୋକଙ୍କୁ ବାଲି ଯୋଗାଇବା ସମ୍ଭବ ହେଉ ନାହିଁ ବୋଲି ସଂଘର କର୍ମକର୍ତ୍ତା କହିଛନ୍ତି । ତେଣୁ ଏହାର ପୁନର୍ବିଚାର ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଦାବି କରାଯାଇଥିଲେ ବି କେହି ଶୁଣୁ ନଥିବା କହିଛି ସଂଘ ।

- Advertisement -

ଫଳରେ ବାଧ୍ୟ ହୋଇ ଆସନ୍ତା ୨୫ ତାରିଖରୁ ଟ୍ରାକ୍ଟର ମାଲିକ ସଂଘ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି କୁହାଯାଇଛି । ଜିଲା ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ ନକଲେ ଟ୍ରାକ୍ଟର ମାଲିକ ମାନଙ୍କ ସହ କୁଲି ମୁଲିଆ ମଧ୍ୟ ଆନ୍ଦୋଳନ କରିବେ ବୋଲି ମହାସଂଘର ସଂପାଦକ ସମରେନ୍ଦ୍ର ପଟ୍ଟନାୟକ ଓ ଉପଦେଷ୍ଟା ଅଶୋକ ପରିଡ଼ା ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories