www.samajalive.in
Friday, December 12, 2025
27.1 C
Bhubaneswar

ଅଭିନେତା ଆଲୋକ ନାଥ ଏବଂ କେନ୍ଦ୍ର ମନ୍ତ୍ରୀ ଏମ୍‍. ଜେ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ : ଯୌନ ନିର୍ଯାତନା ବିରୋଧରେ ଖୋଲାଖୋଲି ସ୍ୱର ଉତ୍ତୋଳନ କରିବା ଲାଗି ଆରମ୍ଭ ହୋଇଥିବା ‘#ମି ଠୁ ଅଭିଯାନ’ ଏବେ ପ୍ରତିପତ୍ତିଶାଳୀ ଲୋକଙ୍କ ଗୁମର ଖୋଲିବାରେ ଲାଗିଛି। ଏହି ଅଭିଯାନ ଦ୍ୱାରା ମହିଳାମାନେ ନିର୍ଭୀକ ଭାବେ ନିଜ ଉପରେ ହୋଇଥିବା ଯୌନ ନିର୍ଯାତନା ସମ୍ବନ୍ଧରେ ଅଭିଯୋଗ କରୁଛନ୍ତି। ଅଭିନେତା ନାନା ପାଟେକରଙ୍କ ପରେ ଏବେ ଅଭିନେତା ଆଲୋକ ନାଥଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି। ତାରା’ର ଲେଖିକା-ପ୍ରଯୋଜିକା ବିନତା ନନ୍ଦା ଆଲୋକନାଥଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି। ୨୦ ବର୍ଷ ପୂର୍ବେ ଆଲୋକ ତାଙ୍କୁ ବଳାତ୍କାର କରିଥିଲେ ବୋଲି ବିନତା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ସିଆଇଏନ୍‍ଟିଏଏ ସାଧାରଣ ସମ୍ପାଦକ ସୁଶାନ୍ତ ସିଂହ ଇତିମଧ୍ୟରେ ଆଲୋକଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯିବ ବୋଲି କହିଛନ୍ତି। ଏଥିସହ ଆଲୋକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସେ ବିନତାଙ୍କୁ ପରାମର୍ଶ ଦେଇଛନ୍ତି।
ତେବେ କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ତଥା ପୂର୍ବତନ ସାମ୍ବାଦିକ ଏମ୍‍. ଜେ ଆକବରଙ୍କ ବିରୋଧରେ ମଧ୍ୟ ଯୌନ ନିର୍ଯାତନା ଅଭିଯୋଗ ଉଠିଛି। ଅବଶ୍ୟ ଏକ ବର୍ଷ ପୂର୍ବେ ଆକବରଙ୍କ ବିରୋଧରେ ସାମ୍ବାଦିକା ପ୍ରିୟା ରମଣୀ ନିଜ ଟ୍ୱିଟର୍‍ ଆକାଉଣ୍ଟରେ ଏହି ଅଭିଯୋଗ ଆଣିଥିଲେ। ତତ୍‍ସମୟରେ ଓସ୍କାର ବିଜୟୀ ଚଳଚ୍ଚିତ୍ର ନିର୍ମାତା ହାର୍ଭେ ୱିନ୍‍ଷ୍ଟେନ୍‍ଙ୍କ ଯୌନ କେଳେଙ୍କାରୀକୁ ନେଇ ମି ଠୁ ଅଭିଯାନ ଚର୍ଚ୍ଚାରେ ଥିଲା। ରମଣୀ ଟ୍ୱିଟ୍‍ କରିଥିଲେ ଯେ ଆକବରଙ୍କ ବିରୋଧରେ ସେ ଯେଉଁ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାହାକୁ ଇତିମଧ୍ୟରେ ୧୭ ବର୍ଷ ବିତି ଯାଇଥିବାବେଳେ ସେଥିନେଇ ତାଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ରହିଛି। ସାକ୍ଷାତକାର ନିମନ୍ତେ ତାଙ୍କୁ ଆକବର ମୁମ୍ବଇର ଏକ ହୋଟଲକୁ ଡକାଇଥିଲେ। ପାନୀୟରେ ଆପ୍ୟାୟିତ କରିବା ସହିତ ତାଙ୍କୁ ଅତି ନିକଟତର ହୋଇ ବସିବାକୁ କହିଥିଲେ। ରମଣୀଙ୍କ ଅଭିଯୋଗ ଉପରେ ଇତିମଧ୍ୟରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଆକବରଙ୍କ ଉପରିସ୍ଥ ଅଧିକାରୀ ତଥା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପ୍ରଶ୍ନ କରିବାରେ ସେ କୌଣସି ଉତ୍ତର ଦେଇ ନ ଥିବା ପ୍ରମୁଖ ଗଣମାଧ୍ୟମ ଏନ୍‍ଡିଟିଭି ପ୍ରକାଶ କରିଛି।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories