www.samajalive.in
Thursday, December 11, 2025
18.1 C
Bhubaneswar

ଆଦିବାସୀ ସମନ୍ବୟ ସମିତି ପକ୍ଷରୁ ଦୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳିତ

ଘଣ୍ଟାପଡା: କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ସମନ୍ବୟ ସମିତି ଦେଢେଣମାଳ ପକ୍ଷରୁ ଅଧ୍ୟକ୍ଷ ସାମନ୍ତ ମାଝୀଙ୍କ ତତ୍ତ୍ବାବଧାନରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳିତ ହୋଇଯାଇଛି। ଦୌପଦୀ ମୁର୍ମୁ ଓଡିଶା ପାଇଁ ଗର୍ବ ଓ ଗୌରବ ବୋଲି ଆଦିବାସୀମାନେ ମତବ୍ୟକ୍ତ କରିଛନ୍ତି। ଓଡିଶାର ଜଣେ ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ କରିବା ଲାଗି ଏକ ଐତିହାସିକ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଆଦିବାସୀମାନେ ଉଲ୍ଲସିତ ହୋଇ ବିଜୟ ଉତ୍ସବ ପାଳନ କରିଥିଲେ। ମା’ କନ୍ଧେନବୁଢି ଏବଂ ଆଦିମାତା, ଆଦିଶକ୍ତିଙ୍କ ନିକଟରେ ପୂଜାଚ୍ଚନା କରି ଶ୍ରୀମତୀ ମୁର୍ମୁଙ୍କ ଦୀର୍ଘ ନିରାମୟ କାମନା ପୂର୍ବକ ପାରଂପରିକ ବାଦ୍ୟ ନାଚଗୀତ ସହ ଗ୍ରାମ ପରିକ୍ରମା କରି ବିଭିନ୍ନ ସ୍ଥାନରେ ଆତସବାଜି ଫୁଟାଇବା ସହ ଲୋକମାନଙ୍କ ମଧ୍ୟରେ ଲଡୁ ବଣ୍ଟନ କରିଥିଲେ । ଘାସୀରାମ ପୁଟା, ଧର୍ମୁ କଅଁର, ସୁଶିଲ ଝାଙ୍କର, ବଂଶୀଧର ମାଝୀ, ରାଜେନ୍ଦ୍ର ଭୋଇ, କନିଷ୍ଠ ଭୋଇ, ଯୁଗଲାଲ ମାଝୀ, ରାଧାକାନ୍ତ ଭୋଇ, ଦସ୍ରାନ୍ତ ଭୋଇ, କାହ୍ନୁଚରଣ ଭୋଇ ପ୍ରମୁଖ କର୍ମକର୍ତ୍ତା ସମେତ ବହୁ ସଂଖ୍ୟାରେ ଆଦିବାସୀ ଯୋଗ ଦେଇଥିଲେ।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories