www.samajalive.in
Monday, December 8, 2025
27.1 C
Bhubaneswar

ଭୁବନେଶ୍ୱରରେ ଖୋଲିଲା ଗ୍ଲୋବାଲ୍‍ ଆଇଟି ସର୍ଭିସ୍‍ କମ୍ପାନୀ ୟୋଭା

ଭୁବନେଶ୍ୱର: କନ୍‍ସଲ୍‍ଟିଙ୍ଗ୍‍, ଟେକ୍ନୋଲୋଜି ଏବଂ ଡିଜିଟାଲ୍‍ ଟ୍ରାନ୍ସଫର୍ମେସନ୍‍ ସେବା ଯୋଗାଉଥିବା ଗ୍ଲୋବାଲ୍‍ ଆଇଟି ସର୍ଭିସ୍‍ କମ୍ପାନୀ ୟୋଭାର ଉଦଘାଟନ ହୋଇଛି। ମୁଖ୍ୟ ଅତିଥି ଭାବରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ସଚିବ ମନୋଜ କୁମାର ମିଶ୍ର ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ଏବଂ ଜାତୀୟ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କର ନିର୍ଦ୍ଦେଶକ ମାନସ ରଞ୍ଜନ ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ଏହି ଅବସରରେ ସଚିବ ଶ୍ରୀ ମିଶ୍ର କହିଛନ୍ତି, ୟୋଭାର ଅନ୍ୟ ୪ଟି କ୍ୟାମ୍ପସ୍‍ ତୁଳନାରେ ଭୁବନେଶ୍ୱର କ୍ୟାମ୍ପସ୍‍ ସବୁଠାରୁ ବଡ ରହିଛି। ଗତ କିଛି ମାସ ମଧ୍ୟରେ ପ୍ରାୟ ୫ ରୁ ୬ ଆଇଟି କମ୍ପାନୀ ଭୁବନେଶ୍ୱରରେ ସେମାନଙ୍କ ସେଟ୍‍ ଅଫ୍‍ ନେଇ ଆସିଛନ୍ତି ଏବଂ ଅନେକ ଆମ ସହରରେ ନିଜର ସେଟ୍‍ ଅଫ୍‍ ଆଣିବା ପାଇଁ ଧାଡିରେ ଅଛନ୍ତି। ଏହା ଦ୍ୱାରା ଆଇଟି କ୍ଷେତ୍ରରେ ଓଡ଼ିଶାର ଲୋକଙ୍କ ପାଇଁ ଅଧିକରୁ ଅଧିକ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି।

- Advertisement -

କୋଭିଡ ମହାମାରୀ ମଧ୍ୟରେ ଆରମ୍ଭ ହୋଇଥିବା ୟୋଭା କଲମ୍ବିଆ (ଦକ୍ଷିଣ କାରୋଲିନା, ୟୁଏସ୍‍), ପୁଣେ ଏବଂ ବେଙ୍ଗାଲୁରୁ ପରେ ଭୁବନେଶ୍ୱରରେ ଚତୁର୍ଥ ସେଣ୍ଟର ଖୋଲିଛି। ୟୋଭା କନ୍ସଲ୍ଟିଂ, ଟେକ୍ନୋଲୋଜି ଏବଂ ଡିଜିଟାଲ୍‍ ଟ୍ରାନ୍ସଫର୍ମେସନ୍‍ ସେବା ଯୋଗାଇ ଆସୁଛି। ଏହା ସହିତ ୟୋଭା ପରବର୍ତ୍ତୀ ପିଢିର ‘ଲୋ କୋଡ୍‍ ନୋ କୋଡ୍‍’ ଇନ୍ସର୍ଟେକ୍‍ ପ୍ଲାଟଫର୍ମରେ ମଧ୍ୟ ଦଳ ଗଠନ କରୁଛି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories