www.samajalive.in
Friday, December 12, 2025
16.1 C
Bhubaneswar

ପରଫ୍ୟୁମ ବାସ୍ନା ଅଧିକ ସମୟ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ

ଅନେକ ସମସ୍ୟାର ଗୋଟିଏ ସମାଧାନ : ଭେସଲିନ୍
ସାଧାରଣତଃ ଆମେ ସମସ୍ତେ ଭେସଲିନ୍ ପେଟ୍ରୋଲିୟମ୍ ଜେଲିର ବ୍ୟବହାର କରିଥାଆନ୍ତି। ଆମେ ଭାବନ୍ତି ଏହା କେବଳ ଓଠ ଏବଂ ତ୍ବଚା ପାଇଁ ବ୍ୟବହୃତ ହୁଏ। ହେଲେ ଆପଣ ଜାଣି ଆଶ୍ଚର‌୍ୟ୍ୟ ହୋଇଯିବେ ଯେ, ଭେସଲିନ୍ ଆମକୁ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ। ସୁନ୍ଦର ଶରୀରଠାରୁ ଆରମ୍ଭ କରି ସୁନ୍ଦର କେଶ ପାଇଁ ଭେସଲିନ୍ ଖୁବ୍ ଉପଯୋଗୀ। ତେବେ ଚାଲନ୍ତୁ ଜାଣିବା କେଉଁ ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଭେସଲିନକୁ ବ୍ୟବହାର କରିପାରିବା –

ପରଫ୍ୟୁମ୍ ବାସ୍ନାକୁ ଅଧିକ ସମୟ ରଖିବା ପାଇଁ :
ପରଫ୍ୟୁମର ବାସ୍ନାକୁ ଅଧିକ ସମୟ ରଖିବାକୁ ଚାହୁଁଥିଲେ ପରଫ୍ୟୁମ୍ ପକାଇଥିବା ସ୍ଥାନରେ ଅଳ୍ପ ଭେସଲିନ୍ ଲଗାଇ ଶରୀରରେ କିଛି ସମୟ ଘଷନ୍ତୁ। ଏପରି କଲେ ଅଧିକ ସମୟ ଯାଏ ପରଫ୍ୟୁମର ବାସ୍ନା ରହିଥାଏ।

- Advertisement -

ଓଠ ସ୍କ୍ରବ୍ :
ମୁହଁ ସ୍କ୍ରବ୍ ପରି ଓଠ ସ୍କ୍ରବ୍ ମଧ୍ୟ ଆବଶ୍ୟକ ହୋଇଥାଏ। ଭେସଲିନରେ ଅଳ୍ପ ଚିନି ମିଶାଇ ଓଠକୁ ସ୍କ୍ରବ୍ କରି ପାରିବେ। ଏହା ଦ୍ବାରା ଓଠରୁ ମୃତ କୋଷୀକା ବାହାରି ଯାଇଥାଏ।

କେଶ ଫାଟୁଥିଲେ :
ଫାଟିଥିବା କିମ୍ବା ଦୋମୁହାଁ କେଶରୁ ମୁକ୍ତି ପାଇବା ପାଇଁ ଭେସଲିନ୍ ଖୁବ୍ ଉପଯୋଗୀ। ଏଥିପାଇଁ ହାତରେ ଅଳ୍ପ ଭେସଲିନ୍ ନେଇ ଦୁଇ ହାତରେ ଘସି ଦିଅନ୍ତୁ। ଏହା ପରେ ଧୀରେ ଧୀରେ କେଶରେ ଲଗାନ୍ତୁ। ଏହାର କିଛି ସମୟ ପରେ ଶ୍ୟାମ୍ପୁ କରିଦିଅନ୍ତୁ।

ମେକଅପ୍ ହଟାଇବା ପାଇଁ :
ଭେସଲିନକୁ ମେକଅପ୍ ରିମୁଭର୍ ଭାବେ ବ୍ୟବହାର କରିପାରିବେ। ଏଥିପାଇଁ ଚେହେରାରେ ଅଳ୍ପ ଭେସଲିନ୍ ଲଗାଇ ତୁଳାରେ ଧିରେ ଧିରେ ସଫା କରନ୍ତୁ। ଏହା ଦ୍ବାରା ମେକଅପ୍ ଛାଡ଼ିବା ସହ ଚେହେରାର କୋମଳତା ମଧ୍ୟ ବଜାୟ ରହିବ।

ଉକୁଣୀ ଦୂର ହୋଇଥାଏ :
କେଶରୁ ଉକୁଣୀ ସବୁଦିନ ପାଇଁ ଶେଷ କରିବାରେ ଭେସଲିନ୍ ସହାୟକ ହୋଇଥାଏ। କିଛି ସମୟ ପାଇଁ କେଶ ମୂଳରେ ଭେସଲିନ୍ ଲଗାଇ ତା’ପରେ ଶ୍ୟାମ୍ପୁ କରି ଦିଅନ୍ତୁ। ସପ୍ତାହରେ ଦୁଇ-ତିନି ଥର ଏପରି କଲେ ଉକୁଣୀ ସମସ୍ୟାରୁ ମୁକ୍ତି ମିଳିଥାଏ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories