www.samajalive.in
Saturday, December 6, 2025
23.1 C
Bhubaneswar

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତ କୁମ୍ଭାରଗୁଡା ଛକରେ ଥିବା ମୁରଲୀ ଗୌଡ଼ଙ୍କ    ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଏପ୍ରେଲ ୨୫ ତାରିଖ ଦିନ ରାତ୍ର ୭ ଘଣ୍ଟା ସମୟରେ ଘରକୁ ଗୃହପାଳିତ ପଶୁ ନ ଆସିବାରୁ ମୁରଲୀ ନିକଟସ୍ଥ ଶ୍ରୀରାମ ନଗରକୁ ଖୋଜିବା ପାଇଁ ଯାଇଥିଲେ । ବିପରୀତ ଦିଗରୁ ଏକ ବାଇକରେ ତିନୋଟି ଯୁବକ  ଦ୍ରୁତଗତିରେ ଆସି ଶ୍ରୀରାମନଗର ଗାଁ ପାଖରେ ମୁରଲିକୁ ଧକ୍କା ଦେଇ ଗାଡି ଛାଡି  ଧାଇଁ ଚାଲିଯାଇଥିଲେ।
ଘଟଣା ସ୍ଥଳରେ ମୁରଲୀ ପଡି ଛୋଟପଟ ହେଉଥିଲା ଉକ୍ତ ଘଟଣାକୁ କିଛି ଲୋକ ଦେଖି ମୁରଲୀଙ୍କ ପରିବାରକୁ ଖବର ଦେଇଥିଲେ। ଏହାକୁ ପରିବାର ଲୋକେଦେଖି ରୋଗିବୁହା ୧୦୮ଆମ୍ବୁଲାନ୍ସରେ ଜିଲା ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ମୁରାଲିର  ପଛ ଭାଗ ମେରୁଦଣ୍ଡ ଭାଙ୍ଗି ଯାଇଥିବାରୁ କୋରାପୁଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ । ସେଠାରେ ପାଞ୍ଚଦିନ ରହି ଚିକିତ୍ସା ହେବାପରେ  ସେହିଠାରୁ ପୁଣି ବ୍ରହ୍ମପୁର ବଡ ମେଡ଼ିକାଲ କୁ ପଠାଇ ଦେଇଥିଲେ। ସେହିଠାରେ ଦୁଇଦିନ ଧରି ଚିକିତ୍ସା ହେବା ପରେ କଟକ  ମେଡ଼ିକାଲ କୁ ପଠାଇଦେଇଥିଲେ । କଟକ ର ଅର୍ଥପେଡି (ହାଡଭଙ୍ଗା) ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୭୦ ଦିନ ରହି ଚିକିତ୍ସା ହୋଇଥିଲେ ।
ମିଳିଥିବା ଓଡିଶା ସରକାରଙ୍କ ବିଜୁସ୍ୱାସ୍ଥ୍ୟ କାର୍ଡ ସେହିଠାରେ କାମ କରୁନଥିବାରୁ ନିଜ ଅର୍ଥରେ ଚିକିତ୍ସିତ ହେଉଥିଲେ । ଆହୁରି ଅର୍ଥ ଆବଶ୍ୟକ ପଡିବାରୁ ଘର, ଜମି , ଜାଗା ଓ ସୁନା ଗହଣା ସବୁ ବନ୍ଦକ କରି ଚିକିତ୍ସିତ ହୋଇ ଆସୁଥିଲେ ।ବର୍ତ୍ତମାନ ସୁଦ୍ଧା ପ୍ରାୟ ୬ଲକ୍ଷ ଟଙ୍କା ଖର୍ଚ୍ଚ କରି ଥିଲେ ସୁଦ୍ଧା ସେ ଭଲ ହୋଇପାରିନାହାନ୍ତି  । ତାଙ୍କୁ ଆହୁରି ଅର୍ଥ ଆବଶ୍ୟକ ପଡ଼ୁଥିବାରୁ ମୁରାଲିକୁ ପରିବାର ଲୋକେ ନିଜ ଗାଁ କୁ ନେଇ ଆସିଥିଲେ । ସେ ଏବେ ମରଣ ସହ ଲଢେଇ କରୁଛନ୍ତି । କୁମ୍ଭାରଗୁଡା ଛକରେ ମୁରଲୀ  ଛୋଟିଆ ଚା ଦୋକାନ କରି ନିଜ ପରିବାର ଭରଣ ପୋଷଣ କରିଆସୁଥିଲେ । ବର୍ତ୍ତମାନ ପରିବାରର ମେରୁଦଣ୍ଡ ଭାଙ୍ଗି ଯାଇଛି । ସ୍ୱାମୀର ଚିକିତ୍ସା କିପରି କରିବେ ବୋଲି ସ୍ତ୍ରୀ ସୁକାନ୍ତି  ନିଜପରିବାରର ହସଖୁସିର ଫୋଟ ଧରି କୋହଭରା କଣ୍ଠରେ କହିଛନ୍ତି । ତାଙ୍କର ୯ବର୍ଷର ପୁଅ , ଅସହାୟ ବୁଢି ମାଆ ଓ ସ୍ତ୍ରୀ ସୁକାନ୍ତି ଗୌଡ଼ ରହିଛନ୍ତି । ଦୁର୍ଘଟଣାରେ ଏହିପରି ପରିସ୍ଥିତି ହୋଇଥିବାରୁ ସ୍ତ୍ରୀ ସୁକାନ୍ତି ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।  ମୁରଲୀ ପାଇଁ ଅଧିକ ଟଙ୍କା ଆବଶ୍ୟକ ପଡ଼ୁଥିବାରୁ ଜିଲା ପ୍ରଶାସନ ଓ ବଦାନ୍ୟ ବ୍ୟକ୍ତି ଆର୍ଥିକ ସହାୟତା ଯୋଗାଇଦେବାକୁ ମୁରାଲିଙ୍କ ପରିବାରଲୋକେ ନିବେଦନ କରିଛନ୍ତି ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories