www.samajalive.in
Friday, December 5, 2025
26.1 C
Bhubaneswar

କେଶ ଓ ତ୍ୱଚା ପାଇଁ ଏମିତି କରନ୍ତୁ କ୍ଷୀରର ବ୍ୟବହାର

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କ୍ଷୀର ନିତାନ୍ତ ଆବଶ୍ୟକ। ସେଭଳି ତ୍ୱଚା ଓ କେଶ ପାଇଁ ମଧ୍ୟ କ୍ଷୀର ଖୁବ ଉପକାରୀ। ଜାଣନ୍ତୁ କିଭଳି ଏହାକୁ ବ୍ୟବହାର କରିବେ..
ଅଳ୍ପ କିଛି ଗୋଲାପ ଫୁଲ ପାଖୁଡାକୁ ପେଷି ଏହାକୁ କଞ୍ଚା କ୍ଷୀରରେ ବତୁରାଇ ୨ ଘଣ୍ଟା ରଖନ୍ତୁ। ଏହାକୁ ମୁହଁରେ ଲଗାଇ ୨୦ ମିନିଟ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ।
ଅଳ୍ପ କିଛି କେସରକୁ ରାତି ସାରା କଞ୍ଚା କ୍ଷୀରରେ ବତୁରାଇ ସକାଳେ ତୁଳା ସାହାଯ୍ୟରେ ମୁହଁରେ ଲଗାନ୍ତୁ। କିଛି ସମୟ ପରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ତ୍ୱଚାରୁ ଦାଗ ଦୂର ହେବା ସହ କଳାପଣ ଦୂର ହୋଇଥାଏ। ମୁହଁ ଗୋରା ଓ ଉଜ୍ଜ୍ୱଳ ହୋଇଥାଏ।
ଲେମ୍ବୁ ରସ, ଆଳୁ ରସ ଓ କଞ୍ଚା କ୍ଷୀର ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ଏହାକୁ ବ୍ୟବହାର କରିବା ଦ୍ୱାରା ବ୍ରଣ ସମସ୍ୟା ସହ ମୁହଁର ଅନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ସୁନେଲି ଓ ଗୋରା ତ୍ୱଚା ପାଇଁ କ୍ଷୀରରେ ହଳଦୀ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ।
ବାଦାମକୁ ଗୁଣ୍ଡ କରି ସମାନ ମାତ୍ରାରେ ବେସନ ନେଇ କ୍ଷୀରରେ ମିଶାଇ ଏହାକୁ ମୁହଁରେ ଲଗାଇ ୨୦ ମିନିଟ ରଖନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ। ସୁନ୍ଦର ତ୍ୱଚା ପାଇଁ ଏହା ଚମତ୍କାରୀ ଲାଭ ପ୍ରଦାନ କରିଥାଏ।
କେଶକୁ ସିଧା, ରେଶମୀ କରିବା ପାଇଁ ଏଭଳି କରନ୍ତୁ କ୍ଷୀରର ବ୍ୟବହାର..
ଆବଶ୍ୟକ ଅନୁଯାୟୀ କ୍ଷୀର ନିଅନ୍ତୁ। କ୍ଷୀରରେ ଷ୍ଟ୍ରବେରୀ କିମ୍ବା କଦଳୀ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ।
କେଶକୁ ପ୍ରଥମେ ପାଣିରେ ଧୋଇ ଏହି ମିଶ୍ରଣକୁ କେଶ ମୂଳରୁ ନେଇ ଶେଷ ପର୍ଯ୍ୟନ୍ତ ଲଗାନ୍ତୁ। ଏହାକୁ ଲଗାଇବା ପୂର୍ବରୁ କେଶକୁ ଭଲ ଭାବେ ପାନିଆରେ କୁଣ୍ଡାଇ ଦିଅନ୍ତୁ। ୨୦ ମିନିଟ କେଶରେ ରଖିବା ପରେ ସାମ୍ପୁ ବ୍ୟବହାର କରି ଧୋଇ ଦିଅନ୍ତୁ। ନିଜେ ଏହାର ଚମତ୍କାର ଅନୁଭବ କରିବେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories