ଗୁରୁବାର ରାଶିଫଳ (୨୧/୦୭/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Jul 21, 2022 Share ମେଷ : ରାଜନୀତି ସହିତ କୂଟନୀତି ବିଶାରଦ ହେବେ। ପରିଶ୍ରମ ଯେତେ କଠିନ ହେଲେ ବି ପଶ୍ଚାତ୍ପଦ ହେବେନି। ଶ୍ବଶୁର ଘର ତରଫରୁ ଧନାଗମ ହୋଇପାରେ। ଧର୍ମକ୍ଷେତ୍ରକୁ ଯାତ୍ରା କରିପାରନ୍ତି। ବୃଷ : ଯଶ ଅର୍ଜନ କରିବେ। ବିପଦ ଯେତେ ବଡ଼ ହେଲେ ବି ଧୈର୍ଯ୍ୟହରା ହେବେ ନାହିଁ। ଧନୀ ହେବେ। ମହାଜନୀ କାରବାର କରିପାରନ୍ତି। ପତ୍ନୀ ଗୃହକର୍ମ ନିପୁଣା ହେବେ। ଭାଇ, ଭଉଣୀଙ୍କ ପାଇଁ ସୁଖୀ ହେବେ। ମିଥୁନ : ପରୋପକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ନାଶକ ହୋଇପାରନ୍ତି। ବିପଦରୁ ଶୀଘ୍ର ଉଦ୍ଧାର ହେବେ। ପତ୍ନୀ ଭାଗ୍ୟବତୀ ହେବେ। ବିବାହ ପରେ ଭାଗ୍ୟୋଦୟ ହେବ। ଅନୁସନ୍ଧାନକାରୀ ହେବେ। କର୍କଟ : ବିବାହ ବିଳମ୍ବିତ ହୋଇପାରେ। ପତ୍ନୀ ଆଜ୍ଞାକାରିଣୀ ଏପରି କି ସେବାକାରିଣୀ ହେବେ। ଦିନଟି ସୁଖମୟ ହେବ। ସରକାରଙ୍କଠାରୁ ଧନଲାଭର ସୂଚନା ମିଳୁଛି। ଶତ୍ରୁ ବିଜୟୀ ହେବେ। ସିଂହ : ଶତ୍ରୁନାଶକ ହୋଇପାରନ୍ତି। ନିର୍ବାଚନରେ ବିଜୟୀ ହେବେ। ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇପାରନ୍ତି। ରାଜନୀତିରେ ସଫଳ ହେବେ। ଆଇନ ପରାମର୍ଶଦାତା ହେବେ। ପୁଣ୍ୟାତ୍ମା, ଈଶ୍ବର ବିଶ୍ବାସୀ ହେବେ। କନ୍ୟା : ନ୍ୟାୟପ୍ରିୟ ହେବେ। ଅନୁସନ୍ଧାନକାରୀ ହୋଇପାରନ୍ତି। ଲୋକଙ୍କୁ ସଂଗଠିତ କରିବାକୁ ଶକ୍ତିସମ୍ପନ୍ନ ହେବେ। ଉତ୍ତମ କଳାକାର ହେବେ। ଗମ୍ଭୀର ପ୍ରକୃତିଯୁକ୍ତ ହେବେ। ପ୍ରଭାବଶାଳୀ ହୋଇପାରନ୍ତି। Related Posts ବୁଡ଼ ପକାଇଲେ ୫ କୋଟି ଶ୍ରଦ୍ଧାଳୁ Jan 15, 2025 ଏଚ୍ଏମ୍ପିଭି ନେଇ ଆଜି ସ୍ଵାସ୍ଥ୍ୟ ବିଭାଗର… Jan 15, 2025 ତୁଳା : ଧନବାନ୍ ହେବେ। ଗୃହ ପରିବେଶ ଉତ୍ତମ ମାନର ହେବ। ପୈତୃକ ଧନପ୍ରାପ୍ତିର ସୂଚନା ମିଳୁଛି। ଖାଦ୍ୟପଦାର୍ଥ ବ୍ୟବସାୟ ଲାଭଜନକ ହେବ। କାୟମନୋବାକ୍ୟରେ ପତ୍ନୀଙ୍କ ସେବାକାରୀ ହେବେ। ବିଛା : ଧନ ଅର୍ଜନରେ ପାରଙ୍ଗମ ହେବେ। ସୁସ୍ଥ ଓ ନିରାମୟ ରହିବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଭାଇଙ୍କଠାରୁ ସହଯୋଗ ମିଳିବ। କୂଟନୀତିଜ୍ଞ ହେବେ। ସଂଯମୀ ହୋଇପାରନ୍ତି। ଜ୍ଞାନୀ ହେବେ। ଧନୁ : କଠିନ ପରିଶ୍ରମୀ ହେବେ। ଗୁରୁ ଭକ୍ତ ହୋଇପାରନ୍ତି। ପୈତୃକ ସମ୍ପତ୍ତି ଭୋଗକାରୀ ହେବେ। ଦୟାଳୁ ସ୍ବଭାବ ଓ ନ୍ୟାୟପ୍ରିୟ ହେବେ। ଧର୍ମ ବିଶ୍ବାସୀ ହେବେ। ପାପପୁଣ୍ୟର ବ୍ୟାଖ୍ୟାକାରକ ହେବେ। ମକର : ଧନବାନ୍ ହେବେ। ଶାନ୍ତିପ୍ରିୟ ହୋଇପାରନ୍ତି। ସୁସ୍ଥ ରହିବେ। ରାଜନୀତିଜ୍ଞ ହେବେ। ଶତ୍ରୁବିନାଶକ ହେବେ। କଠିନ ପରିଶ୍ରମ କରି ଧନ ଅର୍ଜନ କରିବେ। ଆଧିପତ୍ୟ ବିସ୍ତାର କରିପାରନ୍ତି। କୁମ୍ଭ : ପ୍ରଭାବଶାଳୀ ହେବେ। ପରିବାରର ଭ୍ରାତା, ମାତା, ଭଗ୍ନୀ, ପିତା ସମସ୍ତେ ବିଭିନ୍ନ ବିଦ୍ୟାରେ ପ୍ରବୀଣ ହୋଇପାରନ୍ତି। ଗୁପ୍ତ ବିଦ୍ୟାଦାତା ହେବେ। ଲେଖା ପ୍ରାଣଛୁଆଁ ହେବ। ପତ୍ନୀ ରୂପବତୀ ଓ ଭାଗ୍ୟବତୀ ହେବେ। ମୀନ : ରାଜନୀତିରେ ଉଚ୍ଚାସନ ଲାଭ କରିପାରନ୍ତି। ବିଦେଶୀ ବ୍ୟବସାୟରୁ ବହୁ ଧନପ୍ରାପ୍ତ ହେବେ। ସୁସ୍ଥ ରହିବେ। ସୁଖୀ ହେବେ। ବିଦ୍ବାନ୍ ଓ ରୋଗହୀନ ହେବେ। ନୀତିବାନ୍ ଓ ପ୍ରଜ୍ଞାଶୀଳ ହୋଇପାରନ୍ତି। Share FacebookTwitterWhatsApp
Comments are closed.