www.samajalive.in
Tuesday, December 9, 2025
16.1 C
Bhubaneswar

ପଡୋଶୀ ବ୍ଲକରେ ବ୍ୟାପୁଛି ହଇଜା ଓ ଝାଡ଼ାବାନ୍ତି; ଆତଙ୍କରେ ଲକ୍ଷ୍ମୀପୁର ଅଞ୍ଚଳବାସୀ

ଲକ୍ଷ୍ମୀପୁର : ରାୟଗଡ଼ା ଜିଲାର ପଡୋଶୀ କାଶୀପୁର ବ୍ଲକ ଓ କୋରପୁଟ ଜିଲାର ସୀମାବର୍ତ୍ତୀ ଦଶମନ୍ତପୁର ବ୍ଲକରେ ହଇଜା ବ୍ୟାପିଥିବା ବେଳେ ଲକ୍ଷ୍ମୀପୁର ବ୍ଲକରେ ଏହାକୁ ନେଇ ଲୋକ ମାନଙ୍କ ମନରେ ଛନକା ପଶିଛି । ଅତୀତରେ ଯେବେବି କାଶୀପୁର ହେଉ ଅବା ଦଶମନ୍ତପୁର ବ୍ଲକରେ ଝାଡ଼ାବାନ୍ତି ହୋଇଛି କିମ୍ବା ହଇଜା ଦେଖା ଦେଇଛି  ସେତେବେଳେ ଲକ୍ଷ୍ମୀପୁର ବ୍ଲକକୁ ଡେଇଁବା ସହିତ ଏଥିରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ।

କାରଣ ଏକ୍ଷ୍ମୀପୁର ବ୍ଲକର କାଶୀପୁର ଓ ଦଶମନ୍ତପୁର ଦୁଇଟି ବ୍ଲକ ମଝିରେ ରହିଛି ଲକ୍ଷ୍ମୀପୁର ବ୍ଲକ । ଲକ୍ଷ୍ମୀପୁର ବ୍ଲକର ସୀମାରେ ଏହି ବ୍ଲକ ଦ୍ୱୟ ଥିବାରୁ ଉଭୟ ବ୍ଲକରେ ବନ୍ଧୁ ପରିଜନ ମାନେ ରହିଛନ୍ତି । ବିଭିନ୍ନ ସମୟରେ ଏପରିକି ହଇଜାରେ ଅକ୍ରାନ୍ତ ଲୋକଙ୍କ ସହିତ ସେମାନଙ୍କ ପରିବାର ସହିତ ସେମାନଙ୍କ ସମ୍ପର୍କ ଥିବା କାରଣରୁ ଅତୀତରେ ଯିବା ଆସିବା ହୋଇ ହଇଜା ଓ ଝାଡ଼ା ବାନ୍ତି ଲକ୍ଷ୍ମୀପୁର ବ୍ଲକକୁ ଡେଇଁବାର ନଜିର ରହିଛି ।

- Advertisement -

ବର୍ତ୍ତମାନ ରାୟଗଡ଼ା ଜିଲାର କାଶୀପୁର ବ୍ଲକର ଟିକିରି ଅଞ୍ଚଳ ସହିତ କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକରେ ମଧ୍ୟ ଝାଡ଼ାବନ୍ତି ଓ ହଇଜା ଲାଗିରହିଛି । କାଶୀପୁର ବ୍ଲକରେ ବହୁ ଲୋକ ଏଥିରେ ଅକ୍ରାନ୍ତ ହୋଇଥିବା ବେଳେ ୭ ଜଣରୁ ଊର୍ଦ୍ଧ୍ଵ ଲୋକଙ୍କର ଏଥିରେ ପ୍ରାଣ ହାନୀ ହେଲାଣି । ସେହିପରି ଦଶମନ୍ତପୁର ବ୍ଲକରେ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଯେଉଁଥିପାଇଁ ଲୋକ ମାନଙ୍କ ମନରେ ଛନକା ପଶିଛି । କାରଣ ବର୍ଷା ଦିନେ ଲୋକ ମାନଙ୍କୁ କାମଧନ୍ଦା ମିଳି ନଥାଏ । ଏହି କାରଣରୁ ସେମାନଙ୍କ କ୍ରୟ ଶକ୍ତି ମଧ୍ୟ ହ୍ରାସ ପାଇଥାଏ ।

ଏଥିସହିତ ଅସଚେତନତା ଅଭାବରୁ କିଛି ଲୋକ ଯେଉଁ ମାନେକି ବଣର ଛତୁ ସହିତ ବାସି ଖାଦ୍ୟ ସହିତ କିଛି ଅଖାଦ୍ୟ ମଧ୍ୟ ଭକ୍ଷଣ କରିଥାନ୍ତି । ବଣର ଛତୁ ସହିତ ଆମ୍ବ କୋଇଲିରୁ ପ୍ରସ୍ତୁତ ଯାଉ ଓ ଦୂଷିତ ପାଣି ମଧ୍ୟ ପିଇଥାଆନ୍ତି । ଏହି ସମୟରେ ଗ୍ରାମ ଗୁଡ଼ିକରେ ସନ୍ତ ସନ୍ତିଆ ପରିବେଶ ସହିତ ପରିବେଶ ଦୂଷିତ ହୋଇଥାଏ । ଯାହାଦ୍ୱାରା ଝାଡ଼ାବାନ୍ତି ସହିତ ମହାମାରୀ ଭଳି ମାରାତ୍ମକ ରୋଗ ଏପରିକି ଲୋକେ ଜ୍ୱରରେ ପୀଡ଼ିତ ହୋଇଥାଆନ୍ତି । ଅତୀତରେ ଏହିଭଳି ପରିସ୍ଥିତ ମାନ ମଧ୍ୟ ସୃଷ୍ଟି ହୋଇ ଏଥି ଯୋଗୁଁ ଅନେକ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି ।

ବର୍ତ୍ତମାନ କାଶୀପୁର ସହିତ ଦଶମନ୍ତପୁର ବ୍ଲକରେ ହଇଜା ସହିତ ଝାଡ଼ାବାନ୍ତି ଲାଗି ରହିଥିବାରୁ ଏହା ଯେ ଲକ୍ଷ୍ମୀପୁରକୁ ନଡେଇଁବ ତାହା କହି ହେବ ନାହିଁ । ତେଣୁ ଦଶମନ୍ତପୁର ଓ କାଶୀପୁର ବ୍ଳକ ଭଳି ପରିସ୍ଥିତ ଯେପରି ଏଠାରେ ସୃଷ୍ଟି ନହୁଏ ସେଥିପ୍ରତି କୋରାପୁଟ ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଆଗୁଆ ପଦକ୍ଷେପ ଗ୍ରହଣ କରିବା ସହିତ ଲୋକ ମାନଙ୍କୁ ସଚେତନ କରାଇବା ଜରୁରୀ ହୋଇପଡ଼ିଛି ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories