www.samajalive.in
Monday, December 8, 2025
14.1 C
Bhubaneswar

ମୋକିମଙ୍କ ବିରୋଧରେ କମ୍ପୁଛି କଂଗ୍ରେସ; କାହିଁକି ଦେଲେ ଦ୍ରୌପଦୀଙ୍କୁ ଭୋଟ୍‌ ?

ଭୁବନେଶ୍ୱର: ଦଳ ବିରୋଧରେ ଯାଇ ଏନଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କୁ ଭୋଟ୍‌ ଦେଇଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ଆଜି କଟକର ବାରବାଟୀ ବିଧାୟକ ମୋକିମ ଦ୍ରୌପଦୀଙ୍କୁ ଭୋଟ୍‌ ଦେଇଥିବା ନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିବା ପ​‌ରେ କଂଗ୍ରେସ ଶିବିରରେ କମ୍ପନ ଆରମ୍ଭ ​‌ହୋଇଛି । ମୋକିମଙ୍କ ବିରୋଧରେ କଂଗ୍ରେସର ନେତାମାନେ ଖପ୍ପା ହୋଇଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ତାରାପ୍ରସାଦ ବାହାନୀପତି ପ୍ରତିକ୍ରିୟା ରଖିଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ ଏନେଇ ହାଇକମାଣ୍ଡକୁ ଅବଗତ କରାଇବୁ ବୋଲି କହିଛନ୍ତି ।

ତାହା ସହ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା କାର୍ଯ୍ୟକାରୀ କରିବୁ ବୋଲି କହିଛନ୍ତି ଶରତ । ସେହିପରି ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ କହିଛନ୍ତି ଶୃଙ୍ଖଳିତ ସଭ୍ୟ ଭାବେ ପାର୍ଟିର ନିଷ୍ପତ୍ତିରେ ଭୋଟ୍‌ ଦେବାକଥା । ଏହା ଦୁର୍ଭାଗ୍ୟ ଜନକ ଘଟଣା । ହାଇକମାଣ୍ଡଙ୍କୁ ଏ ବିଷୟରେ ଜଣାଯିବ । ଘଟଣାକୁ ନେଇ ଆକ୍ସନ ହେବ ବୋଲି ସେ କହିଛନ୍ତି । ସେହିପରି ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଏହି ଘଟଣାକୁ ଅତି ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା ବୋଲି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ମୋକିମ ଅସନ୍ତୁଷ୍ଟ ଥିବା ଏହା ପ୍ରମାଣ କରିଛି । ଦଳର ଏକତା ଉପରେ ଏହା ପ୍ରଶ୍ନବାଚୀ ଉଠାଛି ବୋଲି ତାରା କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories