www.samajalive.in
Sunday, December 7, 2025
14.1 C
Bhubaneswar

ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ

ଭୁବନେଶ୍ୱର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଇଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ଭୋଟ ଦେବାପରେ ମାଟିର ଝିଅକୁ ଭୋଟ ଦେଇଛି ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି କଟକର ବାରବାଟୀ ବିଧାୟକ । ସେ କହିଛନ୍ତି କି, ମୁଁ ଜଣେ ଓଡ଼ିଆ । ଆଉ ଜଣେ ଓଡ଼ିଆ ହିସାବରେ ମୋର ଏହି ନିଷ୍ପିତ୍ତି ନେଇଛି । ମୋର ବିବେକ ହିସାବରେ ମୁଁ ଜଣେ ଓଡ଼ିଆ ଝିଅକୁ ଭୋଟ ଦେଲି ।

ତାଙ୍କ ବିଜୟରେ ମୋର ଭୋଟ୍‌ ଖଣ୍ଡକ ମିଶିଲେ ମୁଁ ଗର୍ବିତ ହେବି । ରାଷ୍ଟ୍ରପତି ନିର୍ବାଚନରେ ହୁଇପ୍‌ ନଥାଏ । ବିବେକ ଅନୁସାରେ ଭୋଟ ଦିଅନ୍ତି ବୋଲି କଟକର ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି । ହେଲେ ମୋକିମଙ୍କ ଏହି ଦଳ ବିରୋଧୀ ଭୋଟକୁ ନେଇ କଂଗ୍ରେସ ପକ୍ଷରୁ କଡ଼ା ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି । କାରଣ କଂଗ୍ରେସ ପକ୍ଷରୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କୁ ଭୋଟ୍‌ ନଦେବା ନେଇ ସ୍ପଷ୍ଟ କରାଯାଇଥିଲା । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ମୁହଁ ଖୋଲିଥିବା ବେଳେ ଗଣମାଧ୍ୟମ ଆଗରେ ଦ୍ରୌପଦୀଙ୍କୁ ଭୋଟ୍‌ ଦିଆଯିବ ନାହିଁ ବୋଲି ରୋକଠୋକ୍‌ କହିଥିଲେ କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories