www.samajalive.in
Friday, December 12, 2025
15.1 C
Bhubaneswar

ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଚାରାରୋପଣ

ସମ୍ବଲପୁର: ଦେଶର ସ୍ୱାଧୀନତାକୁ ୭୫ ବର୍ଷ ପୂରଣ ଅବସରରେ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ସାରା ଦେଶରେ ପାଳନ କରାଯାଉଛି । ଏହି କ୍ରମରେ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ତରଫରୁ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରବିବାର ଏନଏଚଏଆଇର ସମ୍ବଲପୁର ଶାଖା ପକ୍ଷରୁ ସ୍ଥାନୀୟ ସିନ୍ଦୁରପଙ୍କ ଛକରୁ ଜେପି ହାଇସ୍କୁଲ ନିକଟବର୍ତ୍ତୀ ଅଞ୍ଚଳ ପର୍ଯ୍ୟନ୍ତ ଜାତୀୟ ରାଜପଥର ମଧ୍ୟ ଭାଗରେ ଚାରାରୋପଣ କରାଯାଇଛି । ଚାରା (ବୃକ୍ଷ) ରୋପଣ ଦ୍ୱାରା ପରବେଶରେ ପ୍ରଦୂଷଣ ନିୟନ୍ତ୍ରଣ, ରାଜପଥରେ ଯାନବାହନର ଆଲୋକ ଯୋଗୁ ହେଉଥିବା ଦୁର୍ଘଟଣାର ସମ୍ଭାବନାକୁ କମ କରିବା ଉଦ୍ଦେଶ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏନଏଚଏଆଇର ଏଚ.ଏନ. ଗୁପ୍ତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଧିକାରୀ, କର୍ମଚାରୀ ଓ ଜେପି ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ମିଳିତ ରୂପେ ଚାରାରୋପଣ କରିଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories