www.samajalive.in
Sunday, December 14, 2025
26.1 C
Bhubaneswar

ଆପଣ ବି ଦିନରେ ଶୋଉଛନ୍ତି କି? ସାବଧାନ! ହୋଇପାରେ ଏପରି ସମସ୍ୟା

ବହୁତ ଲୋକଙ୍କୁ ଦ୍ୱିପ୍ରହରରେ ନିଦ ଲାଗିଥାଏ ଓ ସେମାନେ ଶୋଇଥାଆନ୍ତି ମଧ୍ୟ। ତେବେ ଯଦି ଆପଣଙ୍କୁ ପ୍ରତିଦିନ ଦ୍ୱିପ୍ରହରରେ ନିଦ ଲାଗୁଛି ତେବେ ଆପଣ ଅଲ୍‍ଜାଇମର୍‍ (ଭୁଲାପଣ) ନାମକ ଏକ ରୋଗରେ ପୀଡିତ ହୋଇପାରନ୍ତି। ଏକ ଗବେଷଣାରୁ ଜଣାପଡିଛି ଯେ, ଯେଉଁମାନେ ଦିନବେଳା ଶୋଇବାକୁ ପ୍ରାଧାନ୍ୟ ଦେଇଥା’ନ୍ତି ବା ଦ୍ୱିପ୍ରହରରେ ଯେଉଁମାନଙ୍କୁ ନିଦ ଲାଗିଥାଏ ସେମାନେ ଭୁଲାପଣ ରୋଗର ଶିକାର ହେବାର ସମ୍ଭାବନା ଅଧିକ ଥାଏ ।
କିଛି ବୟସ୍କ ବ୍ୟକ୍ତିଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା। ଗବେଷଣାରୁ ଜାଣିବାକୁ ମିଳିଲା ଯେ, ଯେଉଁ ଲୋକମାନଙ୍କର ଦିନବେଳା ଶୋଇବା ଅଭ୍ୟାସ ଅଛି ସେମାନଙ୍କୁ ଅଲ୍‍ଜାଇମର୍‍ ରୋଗ ହେବାର ବିପଦ ୩ ଗୁଣା ଅଧିକ ରହିଛି। ଏଭଳି ଲୋକମାନଙ୍କ ମସ୍ତିଷ୍କରେ ବିଟା ଅମାୟଲାଇଡ୍ ନାମକ ଏକ ପ୍ରୋଟିନ୍ ଦେଖିବାକୁ ମିଳିଥିଲା । ଏହି ପ୍ରୋଟିନ୍ ଅଲ୍‍ଜାଇମର୍‍ ରୋଗର ପରିଚୟ ହୋଇଥାଏ। ହୃଦରୋଗ ଏବଂ କର୍କଟଠାରୁ ଦ୍ରୁତ ବେଗରେ ବଢୁଛି ଭୁଲାପଣ ରୋଗ । ତେବେ କମ୍ ନିଦ ହେଲେ ମଧ୍ୟ ଭୁଲାପଣ ରୋଗ ହେବାର ସମ୍ଭାବନା ବଢିଯାଏ ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories