www.samajalive.in
Saturday, December 6, 2025
19.1 C
Bhubaneswar

ପ୍ରଥମ ସିଙ୍ଗାପୁର ଓପନ ଟାଇଟଲ ହାସଲ କଲେ ପି.ଭି. ସିନ୍ଧୁ, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ଡେସ୍କ: ସିଙ୍ଗାପୁରଠାରେ ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତର ପି.ଭି. ସିନ୍ଧୁ ଟାଇଟଲ ହାସଲ କରିଛନ୍ତି। ୨ଥର ଅଲମ୍ପିକ ପଦକ ବିଜେତା ପି.ଭି.ସିନ୍ଧୁ ଚୀନ୍‍ର ୱାଙ୍ଗ ଝି ୟିଙ୍କୁ ୨୧-୯, ୧୧-୨୧ ଓ ୨୧-୧୫ ସେଟରେ ହରାଇ ପ୍ରଥମ ସିଙ୍ଗାପୁର ଓପନ ଟାଇଟଲ ହାସଲ କରିଛନ୍ତି। ପୂର୍ବରୁ ସେ କୋରିଆ ଓପନ ଓ ସୁଇସ୍‍ ଓପନ ଜିତିଥିବାରୁ ଏହା ତାଙ୍କର ତୃତୀୟ ଟାଇଟଲ ହାସଲ।

ପି.ଭି. ସିନ୍ଧୁ ପ୍ରାରମ୍ଭ ଗେମରେ ୧୨ମିନିଟ୍‍ ମଧ୍ୟରେ କ୍ରମାଗତ ୧୩ ପଏଣ୍ଟ ହାସଲ କରିଥିଲେ। ତେଣେ ୱାଙ୍ଗି ଝି ୟି ଦ୍ୱିତୀୟ ଗେମରେ ଚମତ୍କାର ଖେଳ ପ୍ରଦର୍ଶନ କରି ଡ୍ର ରଖିଥିଲେ। ମଧ୍ୟାନ୍ତର ପରେ ଉଭୟଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା ଏବଂ ପି.ଭି. ସିନ୍ଧୁ ୫ ପଏଣ୍ଟରେ ୱାଙ୍ଗ ଝିଙ୍କୁ ହରାଇଥିଲେ।

- Advertisement -


ପି.ଭି. ସିନ୍ଧୁଙ୍କ ଟାଇଟଲ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ ଟ୍ୱିଟ କରିଛନ୍ତି, ସିନ୍ଧୁ ପୁଣି ଥରେ ଚମତ୍କାର କ୍ରୀଡା ନୈପୁଣ୍ୟ ପ୍ରଦଶନ କରିଛନ୍ତି। ଏହା ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ ଓ ଏହି ସଫଳତା ଭବିଷ୍ୟତ ପିଢ଼ିକୁ ପ୍ରେରଣା ଯୋଗାଇବ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories