www.samajalive.in
Thursday, December 11, 2025
16.1 C
Bhubaneswar

ପୁଣି ଭାରତ ସୀମାରେ ଡ୍ରୋନ୍‌ ଉଡାଇଲା ପାକିସ୍ତାନ; ଯବାନ ଚଳାଇଲେ ୪୬ ରାଉଣ୍ଡ ଗୁଳି

ନୂଆଦିଲ୍ଲୀ: ପୁଣି ଭାରତ ସୀମାରେ ଡ୍ରୋନ୍‌ ଉଡାଇଲା ପାକିସ୍ତାନ । ଗତକାଲି (ଶନିବାର) ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟାରେ ଭାରତ-ପାକିସ୍ତାନ ସୀମାରେ ଥିବା ବାମିୟାଲ ସେକ୍ଟରରେ ପାକିସ୍ତାନ ତାର ଡ୍ରୋନ୍‌ ଭାରତ ସୀମାରେ ପ୍ରବେଶ କରାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା । ହେଲେ ସେଠାରେ ସଜାଗ ରହିଥିବା ବିଏସଏଫ ଯବାନ ମାନେ ଏହାର କଡ଼ା ଜବାବ ଦେଇଛନ୍ତି ।  ଯବାନଙ୍କ ପକ୍ଷରୁ ଗୁଳି ଚାଳନା କରାଯାଉ ଡ୍ରୋନକୁ ପାକିସ୍ତାନକୁ ପୁଣି ଲେଉଟାଇ ଦିଆଯାଇଛି ।

ଏନେଇ ବିଏସଏଫର ଜଣେ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପାକିସ୍ତାନ ହ୍ୟାଣ୍ଡେଲର ମାନେ ଭାରତ ସୀମାକୁ ଡ୍ରୋନ୍‌ ପଠାଇବାକୁ ଚେଷ୍ଟା କରିଛନ୍ତି । ହେଲେ ବିଏସଏଫ କର୍ମଚାରୀମାନେ ଏହାକୁ ଗୁଳିଚଳାଇ ଫେରାଇ ଦେଇଛନ୍ତି । ଡ୍ରୋନ୍‌ଟି ପ୍ରାୟ ୩୫୦ରୁ ୪୦୦ ଫୁଟ ଉଚ୍ଚରେ ରହିଥିବା ଅନୁମାନ କରାଯାଉଥିଲା । ଏହା ଜାଣିବା ପରେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା ।

- Advertisement -

ଯବାନ ମାନେ ଆଇଏନଏସଏଏସ୍‌ ରାଇଫଲ ଏବଂ ଏଲଏମଜିରୁ ୪୬ ରାଉଣ୍ଡ ଗୁଳି ଚାଳନା କରିଥିଲେ । ପରେ ଦୁଇଟି ବୋମା ମଧ୍ୟ ଫିଙ୍ଗା ଯାଇଥିଲା । ଯାହାଫଳରେ କିଛି ସମୟ ପରେ ଡ୍ରୋନର ଶବ୍ଦ ଆଉ ଶୁଣିବାକୁ ମିଳିନଥିଲା ।

 

 

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories