www.samajalive.in
Monday, December 8, 2025
27.1 C
Bhubaneswar

ଆସନ୍ତାକାଲି ସଂସଦର ବର୍ଷାକାଳୀନ ଅଧିବେଶନ, ସରକାର ଡାକିଲେ ସର୍ବଦଳୀୟ ବୈଠକ

ଡେସ୍କ: ଆସନ୍ତାକାଲି ସଂସଦର ବର୍ଷାକାଳୀନ ଅଧିବେଶନ ଆରମ୍ଭ ହେଉଥିବାରୁ ସରକାର ଆଜି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ଅଧିବେଶନ କାଳରେ ଉଭୟ ସଭାଗୃହକୁ ସୁରୁଖୁରୁରେ ପରିଚାଳନା କରିବା ଲାଗି ସହଯୋଗ ଲୋଡିବା ସକାଶେ ସରକାର ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି। ଆସନ୍ତାକାଲି ମଧ୍ୟ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ। ରାଜ୍ୟସଭା ଅଧ୍ୟକ୍ଷ ଏମ୍‍. ଭେଙ୍କେୟା ନାଇଡୁ ରାଜ୍ୟସଭାରେ ବିଭିନ୍ନ ଦଳର ନେତାମାନଙ୍କର ଏକ ବୈଠକ ଡକାଇଛନ୍ତି।

ଗତକାଲି ବାଚସ୍ପତି ଓମ୍‍ ବିର୍ଲା ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କର ଏକ ବୈଠକ ଡକାଇଥିଲେ। ସଭାକାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବା ସକାଶେ ରାଜନୈତିକ ଦଳର ନେତାମାନେ ବାଚସ୍ପତିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ସଂସଦର ବର୍ଷାକାଳୀନ ଅଧିବେଶନ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେସନ କାଳରେ ସଭାକାର୍ଯ୍ୟ ୧୮ ଦିନ ବସିବ।

- Advertisement -

ଏହି ଅଧିବେଶନ କାଳରେ ଦରଦାମ ବୃଦ୍ଧି, ଅଗ୍ନିପଥ ଯୋଜନା ଏବଂ ବେକାରୀ ସମସ୍ୟା ପ୍ରସଙ୍ଗ ନେଇ ବିରୋଧୀଦଳ ସରକାରଙ୍କୁ ଘେରିବା ଅନୁମାନ କରାଯାଉଛି। ପରିବାର ଅଦାଲତ ସଂଶୋଧନ ବିଲ୍‍, ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଲ୍‍ ଏବଂ ପ୍ରେସ୍‍ ଓ ସାମୟିକ ପତ୍ରିକା ପଞ୍ଜିକରଣ ବିଲ୍‍ ଆଦି ବର୍ଷାକାଳୀନ ଅଧିବେଶନରେ ଆଗତ କରାଯିବାର କାର୍ଯ୍ୟସୂଚୀ ରହିଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories