www.samajalive.in
Friday, December 12, 2025
15.1 C
Bhubaneswar

ଜିଲ୍ଲା ଆପତ୍କାଳୀନ ବୈଠକ ଅନୁଷ୍ଠିତ

ଯାଜପୁର: ଯାଜପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ କଳିଙ୍ଗ ନଗର ସ୍ଥିତ ଜିନ୍ଦଲ ଷ୍ଟେନଲେସ୍ ଷ୍ଟିଲ କାରଖାନା ପରିସରରେ ଜିଲ୍ଲା ଆପତ୍କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଶୁକ୍ରବାର ଅପରାହ୍ନରେ କାରଖାନା ବିଭାଗ ଉପନିର୍ଦେଶକ ଉମେଶ ଚନ୍ଦ୍ର ସୁତାରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଅଫସାଇଟ ଜରୁରୀକାଳୀନ ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ।  ବିପର୍ଯ୍ୟୟ ପ୍ରତିଷ୍ଠାନ (ଡିଏମ୍ଆଇ) ଭୋପାଳର ଉପନିର୍ଦେଶକ ଉକ୍ତ ବୈଠକରେ ଯୋଗଦେଇ ଜିଲ୍ଲା ଜରୁରୀକାଳୀନ ଡ୍ରାଫ୍ଟ ସମ୍ୱନ୍ଧରେ ଅବଗତ କରିଥିଲେ ଏବଂ ଜିଲ୍ଲା ସଙ୍କଟ ଗ୍ରୁପ ଉପସ୍ଥିତିରେ ଏହି ଯୋଜନା ରିପୋର୍ଟ ଉପସ୍ଥାପନ କରିବା ସହ ସଦସ୍ୟ ମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ ।

ଉକ୍ତ ବୈଠକରେ ଭାରପ୍ରାପ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଳିକ, ଭୋପାଳରୁ ଆସିଥିବା ଡିଏମ୍ଆଇ ଟିମ୍ର ଅଧିକାରୀ ମାନଙ୍କୁ ଔଦ୍ୟୋଗିକ ବିପଦ ଏବଂ ଏହାର ସହଜ ନିରାକରଣ ଦିଗରେ ଆକ୍ସନ ପ୍ଳାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେବା ସହ ଜିଲ୍ଲାର କଳିଙ୍ଗ ନଗରରେ ଅବସ୍ଥିତ ୩ ଗୋଟି ମୁଖ୍ୟ କାରଖାନାର ସମ୍ଭାବ୍ୟ ବିପଦ ପ୍ରତି ସଚେତନ ହୋଇ ସେ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ  ଦେଇଥିଲେ ।  କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଏହି ବୈଠକରେ ଯୋଗଦେଇ ଜରୁରୀକାଳୀନ ପରିସ୍ଥିତିରେ ଧନ ଜୀବନ ରକ୍ଷା ନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ମତ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଜିନ୍ଦଲ ଷ୍ଟେନଲେସ୍ ଷ୍ଟିଲର ସୁରକ୍ଷା ମୁଖ୍ୟ ମନୋଜ କୁମାର ବଳ ଅତିଥି ପରିଚୟ ପ୍ରଦାନ ସମେତ ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।

- Advertisement -

ଶେଷରେ ଜିନ୍ଦଲ ଷ୍ଟେନ୍ଲେଷ୍ଟିଲ ନିରାପତ୍ତା ବିଭାଗ ମୁଖ୍ୟ ରାକେଶ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ଉପ ଜିଲ୍ଲାପାଳ ଗୋପୀନାଥ କୁଅଁର, ଜିନ୍ଦଲ ଷ୍ଟିଲ କାରଖାନାର ମୁଖ ଦୀପକ ଅଗ୍ରୱାଲ,  ଦାନଗଦୀ ତହସିଲଦାର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, କଳିଙ୍ଗ ନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଏନଡିଆରଏଫର ଅଧିକାରୀ, ଟାଟା ଓ ଜିନ୍ଦଲ ଷ୍ଟିଲର ବରିଷ୍ଠ ଅଧିକାରୀ  ଏବଂ ଜିଲ୍ଲା ସ୍ତରୀୟ ପଦାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories