www.samajalive.in
Friday, December 12, 2025
26.1 C
Bhubaneswar

ସିଙ୍ଗାପୁର ଓପନ : ସେମିଫାଇନାଲରେ ସିନ୍ଧୁ

ସିଙ୍ଗାପୁର : ଦୁଇଥର ଅଲିମ୍ପିକ୍‌ସ ବିଜୟିନୀ ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ ସିଙ୍ଗାପୁର ଓପନ ସୁପର-୫୦୦ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୭ମ ସିଡ୍‌ ସିନ୍ଧୁ ଶୁକ୍ରବାର ଖେଳାଯାଇଥିବା କ୍ବାର୍ଟର ଫାଇନାଲ ମ୍ୟାଚରେ ଚୀନର ହାନ୍ ୟୁଇଙ୍କୁ ୧୭-୨୧, ୨୧-୧୧ ଓ ୨୧-୧୯ରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି। ଏଥି ସହିତ ୟୁଇଙ୍କ ବିପକ୍ଷରେ ସିନ୍ଧୁ କ୍ରମାଗତ ୩ଟି ମ୍ୟାଚ ଜିତିବାରେ ସଫଳ ହୋଇଛନ୍ତି। ପ୍ରଥମ ସେଟ୍‌ରେ ୟୁଇ ଚମତ୍କାର ପ୍ରଦର୍ଶନ କରି ମ୍ୟାଚକୁ ୨୧-୧୭ରେ ଜିତି ନେଇଥିଲେ। ଦ୍ବିତୀୟ ସେଟ୍‌କୁ ସିନ୍ଧୁ ଦୃଢତାର ସହିତ ପ୍ରତ୍ୟାବର୍ତ୍ତନ କରିଥିଲେ। ଦ୍ବିତୀୟ ସେଟ୍‌କୁ ସିନ୍ଧୁ ଏକତରଫା ଭାବେ ୨୧-୧୧ରେ ଜିତି ମ୍ୟାଚକୁ ୧-୧ ସ୍ତରକୁ ଆଣିଥିଲେ। ଅନ୍ତିମ ସେଟ୍‌ ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲା। ସିନ୍ଧୁ ପ୍ରଥମ ବିରତି ବେଳକୁ ୮-୧୧ରେ ପଛୁଆ ରହିଥିଲେ। ପରବର୍ତ୍ତୀ ସମୟରେ ୟୁଇ ୧୪-୯ରେ ଆଗୁଆ ରହିଥିଲେ। ପରେ ସିନ୍ଧୁ ଭଲ ପ୍ରଦର୍ଶନ କରିବା ସହିତ ମ୍ୟାଚକୁ ୨୧-୧୯ରେ ଜିତି ନେଇଥିଲେ। ମ୍ୟାଚ ୬୨ ମିିନିଟ୍‌ ଧରି ଖେଳାଯାଇଥିଲା। ଥାଇଲାଣ୍ଡ ଓପନ ପରେ ସିନ୍ଧୁ ଆଉ ଏକ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସିନ୍ଧୁ ସେମିଫାଇନାଲରେ ଜାପାନର ସିଇନା କାୱାକାମିଙ୍କୁ ଭେଟିବେ। ଅନ୍ୟତମ ଭାରାତୀୟ ତଥା ଲଣ୍ଡନ ଅଲିମ୍ପିକ୍‌ସ କାଂସ୍ୟ ବିଜୟିନୀ ସାଇନା ନେହ୍ବାଲ କ୍ବାର୍ଟର ଫାଇନାଲରେ ଜାପାନର ଓୟା ଓହାରିଙ୍କ ନିକଟରୁ ୧୩-୨୧, ୨୧-୧୫ ଓ ୨୦-୨୧ରେ ପରାଜିତ ହୋଇଛନ୍ତି। ଅଢେଇ ବର୍ଷରୁ ଅଧିକ ସମୟ ପରେ କୌଣସି ଏକ ସୁପର ବ୍ୟାଡମିଣ୍ଟନ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିବା ସାଇନାଙ୍କ ସେମିଫାଇନାଲ ଆଶା ଶେଷ ହୋଇଯାଇଛି। ପୁରୁଷ ଏକକ କ୍ବାର୍ଟର ଫାଇନାଲରେ ଏଚ୍‌ ଏସ୍‌ ପ୍ରଣୟ ୧୨-୨୧, ୨୧-୧୪ ଓ ୨୧-୧୮ରେ ଜାପାନର କାଡାଇ ନାରାଓକାଙ୍କ ନିକଟରୁ ପରାଜିତ ହୋଇଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories