ଭୁବନେଶ୍ୱର-କଟକରେ ପ୍ରବଳ ବର୍ଷା
ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଲାଗିରହିଛି । ଭୁବନେଶ୍ୱର ଏବଂ କଟକ ସହରରେ ମଧ୍ୟ ଶନିବାର ସକାଳୁ ବର୍ଷା ଲାଗି ରିହିଛି । ଏହାର ପ୍ରଭାବରେ ସହରର ତଳୁଆ ଅଞ୍ଚଳରେ ବର୍ଷା ଜଳ ଜମିବା ସହ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । କଟକ ବାଦାମବାଡି ବସଷ୍ଟାଣ୍ଡ ଶୋଚନୀୟ ହୋଇପଡିଛି। ସେହିପରି ରାଜପଥରେ ଥିବା ଅଣ୍ଡରପାସ ରୋଡ଼ରେ ବର୍ଷା ଜଳ ଜମିବା ସହ ଯାତାୟାତ ରେ ସମସ୍ୟା ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ସମୟରେ ଦୃଶ୍ୟମାନ ଦୂରତା କମୁଥିବାରୁ ଯାତାୟାତରୁ ନିବୃତ ରହିବା ପାଇଁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।
ଘଣ୍ଟା ପ୍ରତି ୨ ରୁ ୩ ସେମି. ହୋଇଥିବା ଅନୁମାନ କରାଯାଉଛି। ଏହା ଆହୁରି ବୃଦ୍ଧି ପାଇବାର ସମ୍ମାବନା ରହିଛି ।
Comments are closed.