www.samajalive.in
Sunday, December 14, 2025
23.1 C
Bhubaneswar

ଲିଭ୍‌-ଇନ୍‌ ସମ୍ପର୍କ : ୧୪ଥର ଗର୍ଭପାତ ପରେ ଆତ୍ମହତ୍ୟା

ବିବାହ ପୂର୍ବରୁ ପୁରୁଷ ବନ୍ଧୁଙ୍କ ସହିତ (ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌) ଦକ୍ଷିଣ-ପୂର୍ବ ଦିଲ୍ଲୀର ଜଇତପୁର ଅଞ୍ଚଳରେ ବାସ କରୁଥିବା ଜଣେ ୩୩ବର୍ଷୀୟ ମହିଳା ଆତ୍ମହତ୍ୟା କରିଛନ୍ତି। ଏହା ପୂର୍ବରୁ ସେ ଲେଖିଥିବା ଏକ ଚିଠି ପୁଲିସର ହସ୍ତଗତ ହୋଇଛି। ଏଥିରେ ସେ ଦର୍ଶାଇଛନ୍ତି ଯେ ପୁରୁଷ ବନ୍ଧୁଙ୍କ ଦ୍ବାରା ସେ ୧୪ ଥର ଗର୍ଭବତୀ ହୋଇଥିଲେ ଏବଂ ପ୍ରତିଥର ବାଧ୍ୟବାଧକତାରେ ଗର୍ଭପାତ କରିଥିଲେ। ଏହା ଅସହ୍ୟ ହେବାରୁ ଚରମ ପଦକ୍ଷେପ ପାଇଁ ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରିଛନ୍ତି। ସମ୍ପୃକ୍ତ ପୁରୁଷ ବନ୍ଧୁ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବିବାହ କରୁ ନ ଥିଲେ। ସେଥିପାଇଁ ତାଙ୍କ ନିକଟରେ ଆଉ କିଛି ରାସ୍ତା ନ ଥିଲା ବୋଲି ସେ ଲେଖିଛନ୍ତି। ଏହି ଚିଠି ପାଇବା ପରେ ପୁଲିସ ଏକ ଆଇଟି ସଂସ୍ଥାରେ କାର୍ଯ୍ୟରତ ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories