www.samajalive.in
Saturday, December 13, 2025
15.1 C
Bhubaneswar

କୋହଲିଙ୍କୁ ନେଇ ଅଧିକ ଚର୍ଚ୍ଚା ଅନାବଶ୍ୟକ : ରୋହିତ

ଲଣ୍ଡନ : ତାରକା ଭାରତୀୟ ବ୍ୟାଟସମ୍ୟାନ୍‌ ବିରାଟ କୋହଲି ବର୍ତ୍ତମାନ ସମୟରେ ଖରାପ ଫର୍ମକୁ ନେଇ ସଂଘର୍ଷ କରୁଥିବା ବେ​‌େ​‌ଳ ତାଙ୍କ ପ୍ରତି ସମର୍ଥନବ୍ୟକ୍ତ କରିଛନ୍ତି ଦଳର ଅଧିନାୟକ ରୋହିତ ଶର୍ମା। ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚ୍‌ ଶେଷ ହେବା ପରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ରୋହିତ କହିଥିଲେ କୋହଲିଙ୍କ ଫର୍ମକୁ ନେଇ ବର୍ତ୍ତମାନ ଯେପରି ଚର୍ଚ୍ଚା ଚାଲିଛି ତାହା ତାଙ୍କୁ ଚକିତ କରୁଛି। କୋହଲିଙ୍କୁ ନେଇ ଅଧିକ ଚର୍ଚ୍ଚା ଅନାବଶ୍ୟକ। କେତେକ ମହଲରେ ଏପରି ଚର୍ଚ୍ଚା ହେବା କାରଣ ସେ ବୁଝି ପାରୁ ନାହାନ୍ତି। କୋହଲି ଜଣେ ବିଶ୍ବସ୍ତରୀୟ ବ୍ୟାଟସମ୍ୟାନ୍‌। ସେ ନିଜ ବ୍ୟାଟିଂ ବଳରେ ଭାରତକୁ ଅନେକ ମ୍ୟାଚ୍‌ରେ ବିଜୟୀ କରାଇଛନ୍ତି। ତେଣୁ ତାଙ୍କ ବର୍ତ୍ତମାନ ଫର୍ମକୁ ନେଇ ଅନାବଶ୍ୟକ ଚର୍ଚ୍ଚା ଗ୍ରହଣୀୟ ନୁହେଁ। କୋହଲି ଖୁବ୍‌ଶୀଘ୍ର ଫର୍ମକୁ ଫେରି ନିଜ ଶ୍ରେଷ୍ଠ ପ୍ରଦର୍ଶନ କରିବେ ଏଥିରେ କୌଣସି ସନ୍ଦେହ ନାହିଁ। ଫର୍ମ ହରାଇବା ଓ ପୁନର୍ବାର ଫର୍ମକୁ ଫେରିବା ଜଣେ କ୍ରିକେଟର୍‌ଙ୍କ କ୍ଷେତ୍ରରେ ସ୍ବାଭାବିକ। କୋହଲି ବର୍ତ୍ତମାନ ସେହି ସମୟ ଦେଇ ଗତି କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଫର୍ମକୁ ଫେରିବାକୁ କୋହଲିଙ୍କୁ ଅଧିକ ସମୟ ଦିଆଯିବାରେ କୌଣସି ଅସୁବିଧା ନାହିଁ ବୋଲି ରୋହିତ ସ୍ପଷ୍ଟ କରି ଦେଇଛନ୍ତି। ସେହିପରି ଇଂଲଣ୍ଡ ଦିନିକିଆ ଦଳର ଅଧିନାୟକ ଜୋସ୍‌ ବଟଲର୍‌ ମଧ୍ୟ କୋହଲିଙ୍କ ପ୍ରତି ସମର୍ଥନବ୍ୟକ୍ତ କରିଛନ୍ତି। ନିଜ ପ୍ରତିକ୍ରିୟାରେ ବଟଲର୍‌ କହିଛନ୍ତି କୋହଲିଙ୍କ ରେକର୍ଡ ତାଙ୍କ ପରିଚୟ। ଅନ୍ତର୍ଜାତୀୟ ସ୍ତରରେ କୋହଲି ଯେତେ ଶତକ ହାସଲ କରିଛନ୍ତି ଏବଂ ରନ୍‌ କରିଛନ୍ତି ତାହା ବିରଳ। ତାଙ୍କ ନିକଟରେ ବହୁତ ଅଭିଜ୍ଞତା ରହିଥିବାରୁ ବର୍ତ୍ତମାନ ଖରାପ ସମୟ ଦେଇ ଗତି କରୁଥିଲେ ମଧ୍ୟ ଖୁବ୍‌ଶୀଘ୍ର କୋହଲି ଫର୍ମକୁ ଫେରିବାର ଆଶା ରହିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories