www.samajalive.in
Friday, December 12, 2025
19.1 C
Bhubaneswar

କାଶୀପୁରରେ ବ୍ୟାପୁଛି ଝାଡ଼ାବାନ୍ତି

କାଶୀପୁର : ପୁଣି ଚର୍ଚ୍ଚାରେ ରାୟଗଡ଼ା ଜିଲାର କାଶୀପୁର। ୧୨ବର୍ଷ ପରେ ପୁଣିଥରେ ଏହି ବ୍ଲକରେ ଡାଇରିଆ ଡର ଦେଖିବାକୁ ମିଳିଛି । ମୃତ୍ୟୁ ସଂଖ୍ୟା ବଢ଼ୁଥିବାବେଳେ ବ୍ଲକରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ପାଞ୍ଚଦିନ ହେଲା ଝାଡ଼ାବାନ୍ତି ବ୍ୟାପିଥିବାବେଳେ ମାତ୍ର ୨୪ଘଣ୍ଟା ବ୍ୟବଧାନରେ ୪ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ ଟିକିରି ପଞ୍ଚାୟତର ଝୋଡିଆ ସାହିର ସରୋଜିନୀ ଝୋଡିଆ (୩୦), ଅଞ୍ଜ ଝୋଡିଆ (୧୮), ରଜନି ଝୋଡିଆ (୧୪) ଓ ସଙ୍କରଡା ପଞ୍ଚାୟତ ଅନ୍ତର୍ଗତ ଗୋବରୀ ଘାଟି ଗ୍ରାମର କନେଇ ମାଝି (୫୯)। ତେବେ ପୂର୍ବରୁ କାଶୀପୁର ବ୍ଲକ ଦୁଡୁକାବାହାଲ ପଞ୍ଚାୟତ ସଦର ଅଞ୍ଚଳର ସବିତା ନାୟକ (୪୧) ଓ ଟିକିରି କରାକୁପଲି ସାହିର ଧୋବା ମାଝି(୩୬) ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଥିଲା । ଟିକିରି ଝୋଡିଆ ସାହିର ୩ଜଣଙ୍କ ମୃତ୍ୟୁ ଗତକାଲି ବିଳମ୍ବିତ ରାତିରେ ହୋଇଥିବା ବେଳେ ଶଙ୍କରଡା ପଞ୍ଚାୟତ ଅନ୍ତର୍ଗତ ଗୋବରୀ ଘାଟି ଗ୍ରାମର କନେଇ ମାଝିଙ୍କୁ ଆଜି ଗୁରୁତର ଅବସ୍ଥାରେ କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୮ଜଣ ଝାଡାବାନ୍ତି ପୀଡିତଙ୍କ ଚିକିତ୍ସା ଚାଲିଥିବାବେଳେ ଅନୁରୂପ ଟିକିରି ସ୍ୱାସ୍ଥ୍ୟକେନ୍ଦ୍ରରେ ୨୦ ଓ ଉଷାପଡା ସ୍ଥିତ କମ୍ପାନୀ ଚିକିତ୍ସାଳୟରେ ୧୨ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡିଛି। ଅଧିକାଂଶ ଆକ୍ରାନ୍ତ ବ୍ଲକ ଅଧିନ ଦୁଡୁକାବାହଲ ପଞ୍ଚାୟତ ସମେତ ଟିକିରି, ଶଙ୍କରଡା ପଞ୍ଚାୟତର ବୋଲି ଜଣାପଡିଛି। ଆକ୍ରାନ୍ତମାନେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ଉଷାପଡ଼ାସ୍ଥିତ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories