www.samajalive.in
Saturday, December 13, 2025
26.1 C
Bhubaneswar

ମାଲବାହୀ ଟ୍ରେନ ଲାଇନ ଚ୍ୟୁତ; ଜଣେ ମୃତ

ଅନୁଗୋଳ: ଅନୁଗୋଳ ଜେଏସପିଏଲ୍ ରୁ ପାଉଁଶ ନେଇ ଯାଉଥିବା ଏକ ମାଲବାହୀ ଟ୍ରେନ ଲାଇନ ଚ୍ୟୁତ ହୋଇଛି । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ରେଲୱେ ସାଇଡିଂରୁ ପାଉଁଶ ନେଇ ରାୟଗଡ ସିମେଣ୍ଟ କାରଖାନାକୁ ଯାଉଥିବା ମାଲବାହୀ ଟ୍ରେନର ୬ରୁ ୮ଟି ବଗି ଲାଇନ ଚ୍ୟୁତ ହୋଇଛି । ଅନୁଗୋଳ ଥାନା ଜରସିଂହା ଗ୍ରାମ ମଝିକା ନକଟରେ ଆଜି ଦିନ ୧୦ଟାରୁ ୧୧ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଯାହା ଜଣାପଡିଛି ଏହି ଲାଇନ ଚ୍ୟୁତ ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଜରଡା ଗ୍ରାମର ବିନୟ ସାହୁ । ବିନୟ ସେହି ଟ୍ରେନରେ ଗାର୍ଡ ଭାବେ କାର୍ଯ୍ୟରତ ଥିଲେ । ତେବେ ଏହି ଦୁର୍ଘଟଣା କିପରି ହେଲା ତାହା ତଦନ୍ତ ପରେ ହିଁ ଜଣାପଡିବ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories