www.samajalive.in
Sunday, December 14, 2025
16.1 C
Bhubaneswar

ଶ୍ରୀଜଗନ୍ନାଥ ସୋସାଇଟୀ ୟୁକେ ପକ୍ଷରୁ ଲଣ୍ଡନଠାରେ ବାହୁଡ଼ା ଯାତ୍ରା

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସୋସାଇଟୀ ୟୁକେ (ଏସ୍‌ଜେଏସ୍‌ୟୁକେ) ପକ୍ଷରୁ ପ୍ରଥମ ଥର ପାଇଁ ଲଣ୍ଡନଠାରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସାଉଥହଲ୍‌ର କିଙ୍ଗ ଷ୍ଟ୍ରିଟ୍‌ ଠାରେ ଥିବା ଶ୍ରୀରାମ ମନ୍ଦିରରେ ଆୟୋଜିତ ବାହୁଡ଼ା ଯାତ୍ରାରେ ଲଣ୍ଡନ ତଥା ୟୁରୋପରୁ ସହସ୍ରାଧିକ ପ୍ରବାସୀ ଓଡ଼ିଆ ଭକ୍ତ ଯୋଗଦେଇ ରଥ ଟାଣିଛନ୍ତି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଢାଞ୍ଚାରେ ସମସ୍ତ ରୀତିନୀତି ଓ ପରମ୍ପରାକୁ ଅନୁସରଣ କରାଯାଇ ଏଠାରେ ଯାତ୍ରା ସମ୍ପନ୍ନ କରାଯାଇଛି । ଏକ ସୁସଜ୍ଜିତ ରଥରେ ବିଜେ ତିନି ଠାକୁରଙ୍କ ପ୍ରତିମାକୁ ଶ୍ରଦ୍ଧାଳୁମାନେ ସାଉଥହଲ୍‌ଠାରେ ଥିବା ଗୁଣ୍ଡିଚା ମନ୍ଦିରରୁ ରାମମନ୍ଦିର ପର୍ଯ୍ୟନ୍ତ ଟାଣି ଟାଣି ନେଇଥିଲେ । ଭକ୍ତମାନଙ୍କ ‘ହରିବୋଲ’ ଏବଂ ଭଜନ ଗାନରେ ସାଉଥହଲର କିଙ୍ଗ ଷ୍ଟ୍ରିଟ୍‌ରେ ଏକ ସ୍ୱର୍ଗୀୟ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ରାସ୍ତାରେ ରଥ ଉପରେ ଭକ୍ତମାନେ ଶ୍ରୀଜୀଉମାନଙ୍କୁ ପୂଜା କରିବା ସହିତ ପୋଡ଼ପିଠା, ଖେଚୁଡ଼ି, ରସଗୋଲା ଆଦି ଭୋଗ ଅର୍ପଣ କରିଥିଲେ ।

ବ୍ରିଟେନ ପରିଦର୍ଶନରେ ଯାଇଥିବା ଜଗନ୍ନାଥପ୍ରେମୀ ତଥା ଓଡ଼ିଆ ସାହିତ୍ୟର ଅବସରପ୍ରାପ୍ତ ଆସୋସିଏଟ ପ୍ରଫେସର କଟକର ଡଃ ଅଜୟ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ବାହୁଡ଼ା ଯାତ୍ରାର ସମସ୍ତ ନୀତି କାନ୍ତି ଅନୁଷ୍ଠିତ ହୋଇଥିଲା । ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ସ୍ନାନ ପରେ ଖେଚୁଡ଼ି ଭୋଗ, ଟାହିଆଲାଗି ହେବା ପରେ ଆରମ୍ଭ ହୋଇଥିଲା ପହଣ୍ଡିବିଜେ । ଶ୍ରୀଜୀଉମାନେ ରଥାରୁଢ ହେବା ପରେ ଶ୍ରୀ ବିରେନ୍ଦ୍ର ଶର୍ମା, ମାନ୍ୟବର ସଦସ୍ୟ, ହାଉସ ଅଫ୍‌ କମନ୍‌ସ, ଶ୍ରୀ ଉମେଶ ଶର୍ମା, ଅଧ୍ୟକ୍ଷ, ସାଉଥହଲ୍‌ ରାମ ମନ୍ଦିର, ଶ୍ରୀ ଲୋକନାଥ ମିଶ୍ର, ୟୁକେ ପିଏଲ୍‌ସି ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରଥରେ ଛେରା ପହଁରା କରିଥିଲେ । “ଏସ୍‌ଜେଏସ୍‌ୟୁକେ ପକ୍ଷରୁ ସାଉଥହଲ୍‌ଠାରେ ଏପରି ଏକ ଆଧ୍ୟାତ୍ମିକ ମହୋତ୍ସବ ଆୟୋଜନ କରୁଯାଉଛି, ଯାହା ବ୍ରିଟେନରେ ବାସ କରୁଥିବା ଶତାଧିକ ଜଗନ୍ନାଥପ୍ରେମୀଙ୍କୁ ଆକର୍ଷିତ କରିପାରିଥିବାରୁ ମୁଁ ବହୁତ ଖୁସି” ବୋଲି ଶ୍ରୀ ବିରେନ୍ଦ୍ର ଶର୍ମା କହିଛନ୍ତି ।

- Advertisement -

ଏସ୍‌ଜେଏସ୍‌ୟୁକେ ଲଣ୍ଡନଠାରେ ଏକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ପ୍ରତିଜ୍ଞାବଦ୍ଧ ଏବଂ ଖୁବଶୀଘ୍ର ସେଠାରେ ମଧ୍ୟ ଏହିଭଳି ରଥଯାତ୍ରାରେ ଜନ ସମାଗମ ଆଶା କରାଯାଉଛି ବୋଲି ଏସ୍‌ଜେଏସ୍‌ୟୁକେର ସମ୍ପାଦକ ଡଃ ପ୍ରକାଶ ଦେ କହିଛନ୍ତି । ଏସ୍‌ଜେଏସ୍‌ୟୁକେର କୋଷାଧ୍ୟକ୍ଷ ଶ୍ରୀ ଭକ୍ତ ପଣ୍ଡା କହିଛନ୍ତି ଯେ, ଭାରତଠାରୁ ବହୁ ଦୂରରେ ରହି ମଧ୍ୟ ଏସ୍‌ଜେଏସ୍‌ୟୁକେ ପକ୍ଷରୁ ପୁରୀ ଜଗନ୍ନାଥ ମନ୍ଦିର ପୁରୋହିତଙ୍କ ସହଯୋଗରେ ସମସ୍ତ ପରମ୍ପରାକୁ ଅନୁପାଳନ କରାଯାଉଛି, ଯଦ୍ୱାରା ପୁରୁଷୋତ୍ତମ କ୍ଷେତ୍ର ପୁରୀ ଓ ବ୍ରିଟେନରେ ଥିବା ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ସମ୍ପର୍କ ସୁଦୃଢ଼ ହୋଇପାରିବ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories