www.samajalive.in
Friday, December 12, 2025
26.1 C
Bhubaneswar

ବାଇଡେନଙ୍କ ସିକ୍ରେଟ୍ ସର୍ଭିସ ଏଜେଣ୍ଟ ଅଟକ, ଇସ୍ରାଏଲି ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଡେସ୍କ: ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟପ୍ରାଚ୍ୟ ଗସ୍ତ ପାଇଁ ନିଯୁକ୍ତ ଜଣେ ସିକ୍ରେଟ୍ ସର୍ଭିସ ଏଜେଣ୍ଟଙ୍କୁ ଇସ୍ରାଏଲରେ ଅଟକ ରଖାଯିବା ସହ ଫେରାଇ ଦିଆଯାଇଥିବା ଜଣାପଡିଛି। ନାମ ନଥିବା ସେହି ପୁରୁଷ ଏଜେଣ୍ଟ ଜଣଙ୍କ ସିକ୍ରେଟ୍ ସର୍ଭିସ କାଉଣ୍ଟର ଆସଲ୍ଟ ଟିମର ସଦସ୍ୟ ଏବଂ ଆମେରିକା ରାଷ୍ଟ୍ରପତି ବାଇଡେନ ଆସିବା ପୂର୍ବରୁ ସେ ଇସ୍ରାଏଲରେ ନିୟୋଜିତ ହୋଇଥିଲେ ବୋଲି ରିପୋର୍ଟ ମିଳିଛି। ସେହି ଟିମ ସାଧାରଣତଃ ବିଦେଶ ଗସ୍ତ ସମୟରେ ରାଷ୍ଟ୍ରପତିଙ୍କୁ ସୁରକ୍ଷା ଯୋଗାଇଥାଏ।

ସୂଚନା ଅନୁଯାୟୀ, ସୋମବାର ରାତିରେ ଜେରୁଜେଲମର ମହାନେ ୟେହୁଦା ମାର୍କେଟରେ ଏକ ବାର ବାହାରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ତେବେ ମହିଳା ଜଣକ ଆହତ ହୋଇଥିବା କିମ୍ବା ତାଙ୍କ ପ୍ରତି ଯୋଉଁ ନିର୍ଯାତନା ଅଭିଯୋଗ ହୋଇ ନାହିଁ ବୋଲି ଏନବିସି ନ୍ୟୁଜ୍ ରିପୋର୍ଟ କରିଛି। ଏଜେଣ୍ଟ ଜଣଙ୍କ ମହିଳାଙ୍କ ସହ ଯୁକ୍ତିତର୍କ କରିବା ସହିତ ତାଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳକୁ ଇସ୍ରାଏଲ୍ ପୁଲିସକୁ ଡକାଯାଇଥିଲା ଏବଂ ଏଜେଣ୍ଟକୁ ଅଳ୍ପ ସମୟ ଧରି ପଚରାଉଚରା ପରେ ବିନା ଅଭିଯୋଗରେ ମୁକ୍ତ କରାଯାଇଥିଲା। ସମ୍ପୃକ୍ତ କର୍ମଚାରୀ ଆମେରିକାକୁ ଫେରିଛନ୍ତି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories