www.samajalive.in
Friday, December 5, 2025
26.1 C
Bhubaneswar

ବିଶ୍ବ ଜନସଂଖ୍ୟା ସଚେତନତା ରଥ ଶୁଭାରମ୍ଭ

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ବିଶ୍ବ ଜନସଂଖ୍ୟା ପକ୍ଷ ପାଳନ ଅବସରରେ ଆଜି ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡ଼ାକ୍ତର ସୁତାପା ସ୍ବାଇଁ ସବୁଜ ପତାକା ଦେଖାଇ ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଏହି ରଥ ୮ଦିନ ଧରି ରାମନାଗୁଡା ବ୍ଲକର ୧୭ଟି ଉପ ସ୍ବାସ୍ଥ୍ୟକେନ୍ଦ୍ର ଅଧିନ ୨୧୮ଗ୍ରାମ ଲୋକଙ୍କ ନିକଟକୁ ପରିବାର ନିୟୋଜନ ସେବା ସମ୍ବନ୍ଧୀତ ସଚେତନତା ବାର୍ତ୍ତା ପହଞ୍ଚାଇବ।
ସୂଚନା ଅନୁଯାୟୀ ୨୭ ଜୁନରୁ ୧୦ଜୁଲାଇ ପର୍ଯ୍ୟନ୍ତ ଜନସଂଖ୍ୟା ସଚେତନତା ପକ୍ଷ ଓ ୧୧ଜୁଲାଇ ଠାରୁ ୨୪ ଜୁଲାଇ ପର୍ଯ୍ୟନ୍ତ ଜନସଂଖ୍ୟା ସ୍ଥିରତା ପକ୍ଷ ପାଳନ କରାଯାଉଛି। ଜନସଂଖ୍ୟା ସ୍ଥିରତା ପକ୍ଷ ପାଳନ ଅବସରରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମେତ ଏହା ଅଧିନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ସ୍ବାସ୍ଥ୍ୟ ଉପକେନ୍ଦ୍ର ତଥା ଆଶାକର୍ମୀ ସ୍ତରରେ ବିଭିନ୍ନ ପରିବାର ନିୟୋଜନ ସେବା ସମ୍ବନ୍ଧରେ ଲୋକଙ୍କୁ ସେବା ପ୍ରଦାନ କରାଯାଉଛି। ଏହି ଅବସରରେ ଗୋଷ୍ଠୀସ୍ବାସ୍ଥ୍ୟ ଡ଼ାକ୍ତର ବି ଭେଙ୍କେଟଶ୍ବର ପୃଷ୍ଟି, ଆୟୁଷ ଡ଼ାକ୍ତର ଭାଗବତ ପ୍ରସାଦ ପାଢ଼ୀ, ବିପିଏମ କମଳାକର ରାଓ,ସୁପର ଭାଇଜର ହରିହର ହାଲୁଆ, ଆଶାକର୍ମୀ, ସ୍ବାସ୍ଥ୍ୟ କର୍ମୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସଂଘମିତ୍ରା ମହାପାତ୍ର ପରିଚାଳନା କରିଥିଲେ।।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories