www.samajalive.in
Sunday, December 7, 2025
15.1 C
Bhubaneswar

ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତିଙ୍କ ଚିନ୍ତା ଏମିତି; ବିଦ୍ୟାଳୟରେ ୨୬୮ ଛାତ୍ରଛାତ୍ରୀଙ୍କୁ ୪ ଶିକ୍ଷକ

ପାଟଣା: ଅନୁସୂଚିତ ଜାତି ଓ ଜନଜାତିଙ୍କ ସାମଗ୍ରିକ ବିକାଶ ନେଇ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କୁ ସମୟର ବାସ୍ତବ ଚିତ୍ର ଗାଁ ଗଣ୍ଡାରୁ ସ୍ପଷ୍ଟ ବାରି ହୋଇପଡ଼ୁଛି। ରାଜଧାନୀରେ ଚକାଚକ୍ ଆଦିବାସୀ ମେଳା ହେଲେ ଆମ ଗାଁ ଲୋକଙ୍କ ଲାଭ କଣ ବୋଲି ସାଧାରଣ ଲୋକେ ପ୍ରଶ୍ନ ମଧ୍ୟ କରୁଛନ୍ତି। ଶିକ୍ଷା ଓ ସ୍ଵାସ୍ଥ୍ୟରୁ ବିକାଶ କଥା ଆଗେ ଆରମ୍ଭ ହୋଉଥିବା ବେଳେ ଶିକ୍ଷା କ୍ଷେତ୍ରରେ ଗ୍ରାମାଞ୍ଚଳରେ ଦୟନୀୟ ସ୍ଥିତି ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଏଠାରେ ଭବିଷ୍ୟତ ବଖାଣୁଛି। ଖବର ନେବାରେ ଜଣାଯାଇଛି ଯେ, ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ପଞ୍ଚାୟତ କେତାଙ୍ଗ ଗ୍ରାମରେ ରହିଛି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଅଧିନସ୍ଥ ସରକାରୀ ଆଶ୍ରମ ବିଦ୍ୟାଳୟ। ଗତ ୧୯୫୪ରୁ ସ୍ଥାପିତ ଏହା ବ୍ଲକ୍ ଅଞ୍ଚଳରେ ଏକ ପୁରୁଣା ବିଦ୍ୟାଳୟ। ଏବେ ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ମୋଟ ୨୬୮ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏମାନଙ୍କ ମଧ୍ୟରେ ୨୫୪ ଛାତ୍ରଛାତ୍ରୀ ଜନଜାତି ଶ୍ରେଣୀର ହୋଇଥିବା ବେଳେ ୧୪ ଛାତ୍ରଛାତ୍ରୀ ଅନୁସୂଚିତ ଜାତିର ଅଟନ୍ତି। ଏଠାରେ ପ୍ରଥମ ଶ୍ରେଣୀରେ ୩୪ ଜଣ, ଦ୍ୱିତୀୟରେ ୩୩ ଜଣ, ତୃତୀୟ ୩୪ ଜଣ, ଚତୁର୍ଥରେ ୩୫ ଜଣ, ପଞ୍ଚମରେ ୪୨ ଜଣ, ଷଷ୍ଠ ଶ୍ରେଣୀରେ ୨୯ ଜଣ, ସପ୍ତମ ଶ୍ରେଣୀରେ ୨୫ ଜଣ ଓ ଅଷ୍ଟମ ଶ୍ରେଣୀରେ ୩୬ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ହେଲେ ୨୬୮ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ପ୍ରଧାନଶିକ୍ଷକ ଦୁର୍ଲ୍ଲଭ ଚରଣ ମହାନ୍ତଙ୍କୁ ମିଶାଇ ସହକାରୀ ଶିକ୍ଷକ ଗଣନାଥ ମହାନ୍ତ, ଦାମୋଦର ସାହୁ ଓ ଶୁଭଲକ୍ଷ୍ମୀ ଦାସଙ୍କ ସହ ମୋଟ ଏହିପରି ୪ ଜଣ ଶିକ୍ଷକ ଅଛନ୍ତି। ୮ ଟି ଶ୍ରେଣୀକୁ ମାତ୍ର ୪ ଜଣ ଶିକ୍ଷକ ଥିବାରୁ ଅଧିକାଂଶ ସମୟରେ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ ଥିଲେ ମଧ୍ୟ ଶିକ୍ଷକ ନଥିବାରୁ ପିଲାମାନେ ନିଜେ ନିଜେ ପାଠପଢ଼ି ନିଜ ଭବିଷ୍ୟତ ଗଢ଼ୁଛନ୍ତି। ଶିକ୍ଷକ ଅଭାବ କାରଣରୁ ପ୍ରଥମରୁ ତୃତୀୟ ଯାଏ ତିନୋଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଗୋଟିଏ ଶ୍ରେଣୀ ଗୃହରେ ବସାଯାଇ ପାଠପଢ଼ା ଯାଉଛି। ଅନ୍ୟ ୫ ଟି ଶ୍ରେଣୀର ଛାତ୍ରଛାତ୍ରୀ ପୃଥକ୍ ପୃଥକ୍ ଭାବେ ଗୋଟିଏ ଗୋଟିଏ ଶ୍ରେଣୀ ଗୃହରେ ବସି ପାଠ ପଢୁଛନ୍ତି । ଦେଖିବାକୁ ଗଲେ ମୋଟ ୮ଟି ଶ୍ରେଣୀ ପାଇଁ ୬ ଟି ଶ୍ରେଣୀଗୃହ ବ୍ୟବହାର ହେଉଥିବା ବେଳେ ମାତ୍ର ୪ ଜଣ ଶିକ୍ଷକ ଥିବାରୁ ଅନ୍ୟ ୨ ଟି ଶ୍ରେଣୀଗୃହ ଶିକ୍ଷକ ଶୂନ୍ୟ ରହିଛି । ଏପରିକି ପ୍ରଧାନ ଶିକ୍ଷକ ବିଭିନ୍ନ ବିଦ୍ୟାଳୟ କାମରେ ବ୍ଲକ୍ ଅଥବା ଜିଲ୍ଲା ମୁଖ୍ୟାଳୟକୁ ଗଲେ ମାତ୍ର ୩ ଜଣ ଶିକ୍ଷକ ଏଠାରେ ୨୬୮ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି। ଆଶ୍ଚର୍ଯ୍ୟର କଥା ଏହିକି ଯେ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଯାଏ ୪୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱଳ୍ପବ୍ୟୟୀ ଛାତ୍ରାବାସ ରହିଥିବା ବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କ ପାଇଁ ୧୧୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ମଧ୍ୟ ରହିଛି। ଆବାସିକ ଶିକ୍ଷାଦାନ ଗ୍ରହଣ କରି ସେମାନଙ୍କ ପିଲା ଭଲ ପାଠପଢି ବଡ଼ମଣିଷ ହେବା ସ୍ବପ୍ନ ଦେଖୁଥିବା ପିତାମାତାଙ୍କ ସ୍ବପ୍ନ ପୂରଣ ପାଇଁ ଶିକ୍ଷକ ମରୁଡ଼ିରେ ଥିବା ଏହି ବିଦ୍ୟାଳୟ କିପରି ସକ୍ଷମ ହୋଇପାରିବ ସେନେଇ କର୍ତ୍ତୃପକ୍ଷ ଚିନ୍ତା କରିବାକୁ ମତପ୍ରକାଶ ପାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories