www.samajalive.in
Monday, December 8, 2025
13.1 C
Bhubaneswar

ପୁରୀରେ ବେଳାଭୂମିରେ ମାସ୍କଟ୍‍ ଓଲି ଉନ୍ମୋଚନ ଆଜି

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଆଉ ୪୯ ଦିନ ପରେ ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତା ଖେଳାଯିବ। ପ୍ରତିଯୋଗିତାର ସମୟ ଯେତିକି ପାଖେଇ ଆସୁଛି; ଆୟୋଜକଙ୍କ ପ୍ରତିଯୋଗିତାକୁ ଆକର୍ଷଣୀୟ କରିବା ପାଇଁ ନିଆରା ଯୋଜନା କରିବାରେ ଲାଗିଛନ୍ତି। ବୁଧବାର ହକି ବିଶ୍ୱକପ ଲାଗି ନବନିର୍ମିତ ହକି ଷ୍ଟାଡିୟମ୍‍ ଉଦଘାଟନ ହେବାର କାର୍ଯ୍ୟକ୍ରମ ଥିବା ବେଳେ ମଙ୍ଗଳବାର ପ୍ରତିଯୋଗିତାର ମାସ୍କଟ ଓଲି ଉନ୍ମୋଚିତ ହେବ।
ପୁରୀ ସମୁଦ୍ରତଟରେ ଏକ ନିଆରା ଢଙ୍ଗରେ ମାସ୍କଟ ଉନ୍ମୋଚିତ କରାଯିବ। ପୂର୍ବରୁ ଏକ ସ୍ୱତନ୍ତ୍ର ହେଲିକପ୍ଟ୍ଟର ସୋ’ ମାଧ୍ୟମରେ ମାସ୍କଟ୍‍ ଓଲି ଉନ୍ମୋଚିତ ହେବାର ଯୋଜନା ଥିଲା। କିନ୍ତୁ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପକୁ ଦୃଷ୍ଟିରେ ରଖି ହେଲିକପ୍ଟ୍ଟର ସୋ’କୁ ବାତିଲ କରି ଦିଆଯାଇଛି। ଅପରାହ୍ଣ ୪ଟା ୩୦ରେ ମାସ୍କଟ୍‍ ଓଲି ସମୁଦ୍ରତଟରେ ଉନ୍ମୋଚନ ହେବ। ଏଥିରେ ଏକ ନିଆରା କାର୍ଯ୍ୟକ୍ରମ ଜମ୍ପିଂ ପ୍ରଦର୍ଶନ କରାଯିବାକୁ ନିଷ୍ପତ୍ତି ହୋଇଛି। କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ବିଶାଳ ଦେବ କହିଛନ୍ତି, ସାରା ଓଡ଼ିଶାରେ ହକି ବିଶ୍ୱକପକୁ ଲୋକପ୍ରିୟତତା କରିବା ଲକ୍ଷ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରରେ ହକି ବିଶ୍ୱକପର ଅଫିସିଆଲ ମାସ୍କଟ ଓଲି ଉନ୍ମୋଚିତ ହେବ। ଏଥିପାଇଁ ପ୍ରସ୍ତ୍‍ୁତି ଶେଷ ହୋଇଛି।
ମାସ୍କଟ୍‍ ‘ଓଲି’: ରାଜ୍ୟ କ୍ରୀଡ଼ାବିଭାଗ ‘ଓଲି’କୁ ରାଜ୍ୟ କ୍ରୀଡ଼ାର ସ୍ଥାୟୀ ମାସ୍କଟ୍‍ ଭାବେ ଗ୍ରହଣ କରିଛି। ୨୦୧୭ ଜୁଲାଇ ୫ରୁ ୯ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ସମୟରେ ଓଲି ମାସ୍କଟ୍‍ ରହିଥିଲା। ଏହା ଦେଶ ଓ ବିଦେଶର ଖେଳାଳିଙ୍କୁ ବେଶ ଆକର୍ଷିତ କରିଥିଲା। ଏହି ସଫଳତା ପରେ ରାଜ୍ୟ କ୍ରୀଡ଼ାବିଭାଗ ଓଲିକୁ ସ୍ଥାୟୀ କ୍ରୀଡ଼ା ବିଭାଗର ମାସ୍କଟ ଭାବେ ଗ୍ରହଣ କରିଛି। ଓଡ଼ିଶାରେ ଆୟୋଜିତ ସମସ୍ତ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଓଲିକୁ ମାସ୍କଟ୍‍ ଭାବେ ରହିଆସିଛି। ହକି ବିଶ୍ୱକପ ଲାଗି ଓଲିକୁ ମଧ୍ୟ ଅଫିସିଆଲ ମାସ୍କଟ୍‍ ଭାବେ ଗ୍ରହଣ କରାଯାଇଛି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories