www.samajalive.in
Sunday, December 7, 2025
15.1 C
Bhubaneswar

ଗିର୍‍ ସିଂହ ମଡ଼କ ରୋକିବାକୁ ଟିକାକରଣ

ଅହମ୍ମଦାବାଦ : ମାସକରୁ କମ୍‍ ସମୟ ମଧ୍ୟରେ ପ୍ରସିଦ୍ଧ ଗିର୍‍ ଅଭୟାରଣ୍ୟରେ ୨୩ ସିଂହଙ୍କ ଅସ୍ୱାଭାବିକ ମୃତ୍ୟୁ ହେବା ପରେ ଗୁଜରାଟ ଜଙ୍ଗଲ ଓ ବଣ୍ୟଯନ୍ତୁ ସଂରକ୍ଷଣ ବିଭାଗ ପକ୍ଷରୁ ଏହାର ପ୍ରତିକାର ବିଧାନ ଆରମ୍ଭ ହୋଇଛି। ରବିବାର ବିଭାଗ ପକ୍ଷରୁ ସିଂହଙ୍କୁ ଟିକାକରଣ କରାଯାଇଛି। ‘କ୍ୟାନିନ୍‍ ଡିସ୍‍ଟେମ୍ପର ଭାଇରସ୍‍’ ବା ସିଡିଭି ଭୂତାଣୁ ଏବଂ ପ୍ରୋଟୋଜୋଆ ସଂକ୍ରମଣ ଯୋଗୁଁ ସିଂହମଡ଼କ ସୃଷ୍ଟି ହୋଇଥିବା ପରୀକ୍ଷାରୁ ସ୍ପଷ୍ଟ ହେବା ପରେ ‘ଇଣ୍ଟେନସିଭ୍‍ ଭେଟେରିନାରି କେୟାର’ ବା ଆଇଭିସି ବ୍ୟବସ୍ଥାରେ ଏହି ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ଜାତୀୟ ଓ ଆନ୍ତର୍ଜାତିକସ୍ତରର ସିଂହ ସ୍ୱାସ୍ଥ୍ୟ ବିଶେଷଜ୍ଞ ସାମିଲ ହୋଇଥିବା କହିଛନ୍ତି ଜୁନାଗଡ଼ ଜିଲା ଜଙ୍ଗଲ ଡିଭିଜନ ମୁଖ୍ୟ। ଆମେରିକାରୁ ୩୦୦ ଟିକା ଅଣାଯାଇଛି ଓ ସଂକ୍ରମଣ ଯେମିତି ଅଧିକ ନ ବ୍ୟାପିବ ସେଥିପ୍ରତି ଧ୍ୟାନ ଦିଆଯାଉଥିବା ସେ କହିଛନ୍ତି। ଉପରୋକ୍ତ ଭୂତାଣୁ ସଂକ୍ରମଣରେ ୧୯୯୦ରେ ତାଞ୍ଜାନିଆ ଭଳି ପୂର୍ବ ଆଫ୍ରିକୀୟ ଜଙ୍ଗଲରୁ ୩୦ପ୍ରତିଶତ; ଅର୍ଥାତ୍‍ ୧୦୦୦ରୁ ଅଧିକ ସିଂହଙ୍କ ମୃତ୍ୟୁ ଘଟିଥିଲା। ଗିର୍‍ ଅଭୟାରଣ୍ୟରେ ମୃତ୍ୟୁମୁଖରେ ପଡ଼ିଥିବା ୨୩ ମଧ୍ୟରୁ ୧୧ ସିଂହଙ୍କ ମୃତ୍ୟୁର କାରଣ ଏହି ଭୂତାଣୁ ବୋଲି ସ୍ପଷ୍ଟ ହୋଇଛି। ଏହି ୧୧ମଧ୍ୟରୁ ୪ଟି ଶରୀରରେ ସିଡିଭି ଓ ୭ଟି ଶରୀରରେ ପ୍ରୋଟୋଜୋଆ ସଂକ୍ରମଣ ଥିବା ସ୍ପଷ୍ଟ ହୋଇଥିଲା। ଗିର୍‍ରେ ସିଂହମଡ଼କ ଦେଖାଦେବା ପରେ ଜଙ୍ଗଲ ବିଭାଗ ୩୬ ସିଂହଙ୍କୁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଧରିନେଇ ଯଶଧର ଓ ଜାମ୍‍ୱାଲା ଲାଳନପାଳନ କେନ୍ଦ୍ରରେ ରଖିଛି। ସେମାନଙ୍କ ମଧ୍ୟରୁ ତିନିଟି ସିଂହର ଅବସ୍ଥା ଭଲ ନଥିବା ବିଭାଗ ପକ୍ଷରୁ କୁହାଯାଇଛି। ସିଡିଭି ସାଧାରଣତଃ ଜଙ୍ଗଲୀ କୁକୁର, ଶୃଗାଳ, ପାଣ୍ଡା ଓ ଗଧିଆଙ୍କଠାରେ ଠାବ କରାଯାଇଥାଏ।
ଏହି ଭୂତାଣୁ ସଂକ୍ରମିତ ଜୀବଜନ୍ତୁ ଖାଇବା ଦ୍ୱାରା ସିଂହ ସଂକ୍ରମିତ ହୋଇଥାଏ। ଏହି ଭୟଙ୍କର ଭୂତାଣୁ ଦ୍ୱାରା ସିଂହ ହଠାତ୍‍ ଦୁର୍ବଳ ହୋଇପଡ଼େ, ଏହାର ଶ୍ୱାସକ୍ରିୟା ପ୍ରଭାବିତ ହେବା ସହ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅକାମି ହୋଇଯାଏ। ସିଂହର ମୃତ୍ୟୁ ଅବଶ୍ୟମ୍ଭାବୀ ହୋଇଥାଏ ବୋଲି ପୁଣେସ୍ଥିତ ନ୍ୟାସନାଲ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଭାଇରୋଲୋଜିର ରିପୋର୍ଟକୁ ଉଦ୍ଧାର କରି କୁହାଯାଇଛି। ଗିର୍‍ ଅଭୟାରଣ୍ୟରେ ୨୦୧୫ ଗଣନା ଅନୁଯାୟୀ ଏହି ଏସୀୟ ସିଂହଙ୍କ ସଂଖ୍ୟା ୫୨୩ ରହିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories