ଗୁରୁପୂର୍ଣ୍ଣିମାରେ ରୋଗୀଙ୍କୁ ଫଳ ବଣ୍ଟନ
କଲ୍ୟାଣସିଂହପୁର : ରା ୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଗୁରୁପୂର୍ଣ୍ଣିମା ଅବସରରେ ସତ୍ୟସାଇ ସେବା ସଙ୍ଗଠନ ଓଡିଶା କଲ୍ୟାଣସିଂହପୁର ସେବା ସମିତି ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ କରିଛନ୍ତି । ଗୁରୁପୂର୍ଣ୍ଣିମା ଅବସରରେ ସତ୍ୟସାଇ ସେବା ପକ୍ଷରୁ ଆବାହକ ସାଙ୍ଗମ ନୀଳକଣ୍ଠ ନେତୃତ୍ୱରେ ସାଇ ମନ୍ଦିରରେ ପତାକା ଉତ୍ତୋଳନ କରି ରୀତିନୀତି ଅନୁଯାୟୀ ପୂଜାପାଠ କରିଥିଲେ ।ଏହା ପରେ ସତ୍ୟ ସାଇ ସଂଘର ସମସ୍ତ ସଦସ୍ୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ମାଆ ଗୃହକୁ ଯାଇ ଗର୍ଭବତୀ ଓ ରୋଗୀ ପ୍ରାୟ ୨୫ଜଣ ଙ୍କୁ ଫଳ ,ରୁଟି , କ୍ଷୀର ବଣ୍ଟନ କରିଥିଲେ । ଏଥିରେ ଏସ ନୀଳକଣ୍ଠ, ବି ୱାରା ପ୍ରସାଦ ରାଓ ,ଏସ ଜନାର୍ଦ୍ଧନ ପଟ୍ଟନାୟକ, ବି ନାଗେଶ୍ୱର ,ଜି ଗୌରୀ ସମେତ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।
Comments are closed.