www.samajalive.in
Wednesday, December 10, 2025
16.1 C
Bhubaneswar

‘ରୂପାୟନ’ ତରଫରୁ ବନମହୋତ୍ସବ ପାଳିତ

ଭୁବନେଶ୍ୱର : ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରୂପାୟନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଭୁବନେଶ୍ୱର ପଟିଆସ୍ଥିତ କୌସ୍ତଭ କଜେଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀରେ ଲୋକମାନେ ଅମ୍ଲଜାନ ଅଭାବରୁ ମୃତ୍ୟୁବରଣ କରିଥିବା ବେଳେ ‘ରୂପାୟନ’ ପରିବାର ବୃକ୍ଷ ହିଁ ଜୀବନ ଭଳି ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ କରିଥିଲା। ଏଥିରେ କଲେଜର ଅଧ୍ୟକ୍ଷଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ସିଇବି କଲେଜ ଅଧ୍ୟକ୍ଷ ସୁବ୍ରତ ମହାନ୍ତି, ପିଆରଓ ପାର୍ଥସାରଥୀ ଘୋଷ, ‘ରୂପାୟନ’ର ପ୍ରତିଷ୍ଠାତା ଶ୍ରଦ୍ଧାଞ୍ଜଳି ରାୟ, ସସ୍ମିତା ଚୌଧୁରୀ, ମିନତୀ ଦାସ, ଆଶୁତୋଷ ଦାସ, ଅଶୋକ ରାଉତ, ତାପସ ସାହୁ, ଅଜିତ ନାୟକ ତଥା କଲେଜର ସମସ୍ତ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

 

- Advertisement -

ସେହିଭଳି ପୁରୀ ଜଗନ୍ନାଥ ମେଡ଼ିକାଲ କଲେଜରେ ‘ରୂପାୟନ’ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ବନଜାରାଣୀ ବେହେରାଙ୍କ ନେତୃତ୍ୱରେ ହୋଇଥିଲା ଏବଂ ବାଲେଶ୍ୱରର ଷ୍ଟେସନ କ୍ଲବଠାରେ ରୂପାୟନ ଓ ଷ୍ଟେସନ କ୍ଲବର ମିଳିତ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସଭାପତି ତାପସ ସାହୁ, ଜୟଶ୍ରୀ ବିଶ୍ୱାଳ, ସଜିତା ମହାନ୍ତି, ସଂଯୁକ୍ତା ବେହେରା, ସତେନ୍ଦ୍ର ଦାସ, ଦମୟନ୍ତୀ ପଣ୍ଡା, ପ୍ରତାପ କେଶରୀ ସାମଲ, ଚନ୍ଦନ ପତି, ସୁରେଶ ଉପାଧ୍ୟାୟ, ସେଷ୍ଟନ କ୍ଲବର ସଭାପତି ଗିରିଜା ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories