www.samajalive.in
Friday, December 5, 2025
26.1 C
Bhubaneswar

ଆଶ୍ରମ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ସମ୍ମିଳନୀ

ବାଙ୍କୀ : ଡମପଡା ବ୍ଲକ ଅଧିନ ତାଳବସ୍ତ ପଞ୍ଚାୟତ ଅନ୍ତର୍ଗତ ତଳଭେଜିପୁଟ ଆଶ୍ରମ ବିଦ୍ୟାଳୟରେ ପ୍ରଥମ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ରବିବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳନାରେ ପରିଚାଳିତ ବିଦ୍ୟାଳୟର ଅନ୍ତେବାସୀଙ୍କ ଶୈକ୍ଷିକ ପରିବେଶ,ବିଭିନ୍ନ ସମସ୍ୟା ଓ ପାଠପଢା ସମ୍ପର୍କିତ ଆଲୋଚନା ସମ୍ପର୍କରେ ଏହି ଅଭିଭାବକ ଶିକ୍ଷକ ସମ୍ମିଳନୀରେ ଅଧ୍ୟୟନରତ ବିଦ୍ୟାଥୀଙ୍କ ଅଭିଭାବକ ମାନେ ଯୋଗଦେଇଥିଲେ। ପ୍ରଧାନଶିକ୍ଷକ ଚିତ୍ତରଂଜନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟଅତିଥି ଭାବରେ ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ,ମୁଖ୍ୟବକ୍ତା ଜିଲ୍ଲାପରିଷଦ ସଦସ୍ୟ ଆଶିଷ ସାହୁ,ସମ୍ମାନିତ ଅତିଥି ସରପଞ୍ଚ ଜ୍ୟୋର୍ତିମୟୀ ସାହୁ,ସମିତି ସଭ୍ୟ ସଂଜୁକ୍ତା ବରାଳ ପ୍ରମୁଖ ଯୋଗଦେଇ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି କାଳନ୍ଦୀ ଚରଣ ନାୟକ ଉପସ୍ଥିତ ରହି ବିଦ୍ୟାଳୟରେ ଦେଖା ଦେଇଥିବା କେତେକ ସମସ୍ୟାର ସମାଧାନ ପାଇଁ ଆଲୋକପାତ କରିଛନ୍ତି। ବରିଷ୍ଠ ଶିକ୍ଷକ ଚିତ୍ତରଂଜନ ପ୍ରଧାନ,ଗୈାରାଙ୍ଗ ଚରଣ ପାତ୍ର,ଆର୍ତ୍ତବନ୍ଧୁ ବେହେରା,ସୈାଭାଗିନୀ ମିଶ୍ର,ତତ୍ୱାବଧାରିକା ସୁଲୋଚନା ଜେନା ପ୍ରମୁଖ ସମ୍ମିଳନୀକୁ ପରିଚାଳନା କରିଥିଲେ। ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟ ପକ୍ଷରୁ ଅଂଚଳର ବରିଷ୍ଠ ନାଗରିକ ନକୁଳ ନାୟକ,କୈବଲ୍ୟ ନାୟକ ଓ ପବନୀ ନାୟକଙ୍କୁ ଫୁଲତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଅନ୍ୟତମ ଅତିଥି ଭାବରେ ସମାଜସେବୀ ରାଜକିଶୋର ମହାନ୍ତି,ଗୈାରାଙ୍ଗ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ମାନେ ଅଭିଭାବକ ମାନଙ୍କ ସହିତ ଅନ୍ତେବାସୀ ଓ ଶିକ୍ଷା ପ୍ରଣାଳୀ ସମ୍ପର୍କରେ ଆଲୋଚନା କରିଥିଲେ।

ସେହିପରି ଡମପଡା ବ୍ଲକ ଅଧିନ ପାଥପୁର ଆଶ୍ରମ ବିଦ୍ୟାଳୟରେ ପ୍ରଥମ ଅଭିଭାବକ-ଶିକ୍ଷକ ସମ୍ମିଳନୀ ପ୍ରଧାନଶିକ୍ଷକ ପଦ୍ମନାଭ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବହୁ ଅଭିଭାବକ ଯୋଗଦେଇ ସେବାଶ୍ରମରେ ପଢୁଥିବା ଛାତ୍ରଛାତ୍ରୀଙ୍କ ରହିବା,ପଢିବା,ଖାଦ୍ୟ,ପାନୀୟ ବ୍ୟବସ୍ଥା ସମ୍ପର୍କରେ ଅନୁଷ୍ଠିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବ୍ଲକ ମଙ୍ଗଳ ଅଧିକାରୀ ରଶ୍ମିରାଣୀ ଦାସ ସମ୍ମିଳନୀର ଆବଶ୍ୟକତା,ଆଭିମୁଖ୍ୟ ଓ ଅଭିଭାବକଙ୍କ ସହଯୋଗ ସମ୍ପର୍କରେ ଆଲୋକପାତ କରି ବିଦ୍ୟାଳୟର ଶୈକ୍ଷିକ ବିକାଶ ପାଇଁ ଅଭିଭାବକ ସହଯୋଗ କାମନା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ,ମୁଖ୍ୟବକ୍ତା ଜିଲ୍ଲାପରିଷଦ ସଦସ୍ୟ ଆଶିଷ ସାହୁ,ସମ୍ମାନିତ ଅତିଥି ସମିତି ସଭ୍ୟ ନରେନ୍ଦ୍ର ସାହୁ ପ୍ରମୁଖ ଯୋଗଦଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରମୋଦ ଗୋଚ୍ଛାୟତ,ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ସହକାରୀ ଶିକ୍ଷକ ସଂଜୟ କୁମାର ନାୟକ,ସୂଜତା ରାଉତ,ସୁକାନ୍ତିଲତା ପୂର୍ତ୍ତିରଂଜନ କୁମାର ସ୍ୱାଇଁ,ତତ୍ୱାବଧାରିକା ମାଳବିକା ଜେନା ସମ୍ମିଳନୀ ପରିଚାଳନାରେ ସହଯୋଗ କରିଥିଲେ। ମୁଖ୍ୟଅତିଥିଙ୍କ ଦ୍ୱାରା ବରିଷ୍ଠ ନାଗରିକ ବୁଦେ୍ଧଶ୍ୱର ଭୋଇ ଓ ହରିହର ଭୋଇଙ୍କୁ ଉତ୍ତରୀୟ ଓ ଫୁଲତୋଡା ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି। ପୂର୍ବରୁ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ସୈାଜନ୍ୟତାରେ ବର୍ଷକୁ ୩ ଥର ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ପରିଚାଳନା କରାଯିବାର ବ୍ୟବସ୍ଥା ଥିବା ସମ୍ପର୍କରେ ବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories