ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ; ଶରଧାବାଲିକୁ ଝୁଲିଝୁଲି ଆସୁଛନ୍ତି କାଳିଆ ଠାକୁର

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଛି । ଟାହିଆ ଲଗାଇ ଭକ୍ତଙ୍କ ମେଳରେ ଶରଧାବାଲିକୁ ଝୁଲିଝୁଲି ଆସୁଛନ୍ତି କାଳିଆ ଠାକୁର । ଶରଧାବାଲିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନନ୍ଦିଘୋଷ ରଥ ଅପେକ୍ଷା କରିଛି । ସମସ୍ତ ରୀତିନୀତି ଅନୁଯାୟୀ ଶ୍ରୀଜୀଉ ମାନଙ୍କ ନୀତିକାନ୍ତି କରାଯିବା ପରେ ପ୍ରଥମେ ଧାଡ଼ି ପହଣ୍ଡିରେ ଚକ୍ରରାଜ ସୁଦର୍ଶନ ପରେ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ରଥାରୂଢ଼ ହୋଇସାରିଛନ୍ତି । ବର୍ତ୍ତମାନ ଭକ୍ତଙ୍କ ଗହଳିରେ ଆସୁଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ମୁଣ୍ଡରେ ଟାହିଆ ସାଙ୍ଗକୁ ଝୁଲି ଝୁଲି ଚାଲି ସମସ୍ତ ଭକ୍ତଙ୍କୁ ଭାବ ବିହ୍ୱଳ କରିଛି । ଶରଧାବାଲିରେ ଭକ୍ତଙ୍କ ହରିବୋଲ, ହୁଳହୁଳି ସାଙ୍ଗକୁ ଘଣ୍ଟ ଓ କାହାଳୀ ନାଦରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର ।

ଧାଡି ପହଣ୍ଡିରେ ମହାପ୍ରଭୁ ନନ୍ଦିଘୋଷ ରଥରେ ବିଜେ କରିବେ । ରଥରେ ଶ୍ରୀଜୀଉ ମାନଙ୍କ ସମସ୍ତ ରୀତିନୀତି ସମ୍ପନ୍ନ ହେବା ପରେ ଗଜପତି ମହାରାଜ ଛେରା ପହଁରା କରିବାର ପରମ୍ପରା ରହିଛି । ଗଜପତି ଛେରା ପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇ ରଥଟଣା ଆରମ୍ଭ ହେବ ।

prayash

ନବଦିନାତ୍ମକ ଯାତ୍ରା ସାରି ଆଜି ଜନ୍ମବେଦୀରୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି  । ତାଳଧ୍ୱଜ ରଥରେ ବଳଭଦ୍ର, ଦର୍ପଦଳନ ରଥରେ ଭଉଣୀ ସୁଭଦ୍ରା ଓ ନନ୍ଦିଘୋଷ ରଥରେ ରତ୍ନବେଦୀକୁ ବାହୁଡ଼ିବେ ମାହାପ୍ରଭୁ ଶ୍ରୀ ଜଗନ୍ନାଥ । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଭକ୍ତାରଣ୍ୟ ହୋଇଛି ଶରଧାବାଲି । ଶ୍ରୀକ୍ଷେତ୍ରରେ ସକାଳୁ ସକାଳୁ ଲକ୍ଷଲକ୍ଷ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି । ଭକ୍ତଙ୍କ ସୁରକ୍ଷା ଓ ମହାପ୍ରଭୁଙ୍କ ରୀତିନୀତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଯେପରି ଭକ୍ତ ମାନଙ୍କ କୌଣସି ଅଘଟଣ ନଘଟେ ସେଥିପାଇଁ ବ୍ୟାପକ ପଦକ୍ଷେପ ନେଇଛି ପ୍ରଶାସନ । ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ସହ ପୁଲିସ ମୁତୟନ ହୋଇଛନ୍ତି । ନୀତିନିର୍ଘଣ୍ଟ ଅନୁଯାୟୀ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ। ଭୋର୍‌ ୪ଟାରୁ ମାହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଛି ।

ନୀତି ନିର୍ଘଣ୍ଟ ସମୟ ଅନୁସାରେ ମଧ୍ୟାହ୍ନ ୧୨ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ ବୋଲି କୁହାଯାଇଥିଲା । ହେଲେ ସେବାୟତ ମାନେ ଶ୍ରୀଜୀଉ ମାନଙ୍କ ଶୀଘ୍ର ପହଣ୍ଡି ବିଜେ ଆରମ୍ଭ କରିଛନ୍ତି । ଦିନ ସାଢ଼େ ୨ଟା ସୁଦ୍ଧା ପହଣ୍ଡି ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି କୁହାଯାଇଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣାଯିବ ବୋଲି ଅନୁମାନ କରାଯାଉଛି । କରୋନା ପାଇଁ ୨ ବର୍ଷ ପରେ ବଡ଼ ଦାଣ୍ଡରେ ଭକ୍ତ ଓ ଭଗବାନ ଏକାଠି ହୋଇଛନ୍ତି ।

 

kalyan agarbati

Comments are closed.