www.samajalive.in
Friday, December 5, 2025
26.1 C
Bhubaneswar

ପୁରୀ ହିସାଂକାଣ୍ଡରେ ଆଉ ୧୩ ଗିରଫ

ପୁରୀ: ଧାଡି ଦର୍ଶନକୁ ବିରୋଧ କରି ପୁରୀ ବନ୍ଦ ବେଳେ ଘଟିଥିବା ହିଂସାକାଣ୍ଡରେ ପୁଲିସ ଆଉ ୧୩ ଜଣଙ୍କୁ ଗିରଫ କରିଛି । ଟାଉନ ଥାନା ପୁଲିସ ୮ ଓ ସିଂହଦ୍ୱାର ଥାନା ପୁଲିସ ୫ ଜଣଙ୍କୁ ଗିରଫ କରିଛି । ସୋମବାର ଗିରଫ ସଂଖ୍ୟା ୫୪କୁ ବୃଦ୍ଧି ପାଇଛି । ଏହି ଘଟଣାରେ ଗିରଫ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଏହି ଘଟଣାରେ ସେବାୟତ ଓ ଉଠା ଦୋକାନୀଙ୍କ ସମେତ ସର୍ବ ମୋଟ ୪୧ ଜଣଙ୍କୁ ଗିରଫ କରାଯାଇଥିଲା।

ଏହି ଘଟଣାରେ ଗଜପତି ମହାରାଜ ଦିବ୍ୟସିଂହ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟଜନକ ଘଟଣା । ଉପଯୁକ୍ତ ଦୋଷୀଙ୍କୁ ଚିହ୍ନଟ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହି ଘଟଣାର ଯେପରି ପୁନରାବୃତି ନହେବ ସେନେଇ ସମସ୍ତେ ଯତ୍ନବାନ ହେବା ଉଚିତ୍ । ସମସ୍ତେ ଶାନ୍ତି ବଜାୟ ରଖିବାକୁ ଗଜପତି ନିବେଦନ କରିଛନ୍ତି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories