www.samajalive.in
Sunday, December 7, 2025
15.1 C
Bhubaneswar

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମହୌଷଧୀ ମସୁର ଡ଼ାଲି

ମସୁର ଡାଲି ଏକ ଚମତ୍କାରୀ ଗୁଣ ବିଶିଷ୍ଟ ଶସ୍ୟ। ଏହାକୁ ଡାଲି କରି ଖାଇବା ଦ୍ୱାରା ଶରୀର ପାଇଁ ଖୁବ୍‍ ଉପକାରୀ ହୋଇଥିବା ବେଳେ ଏହାର ଆହୁରି ଅନେକ ବ୍ୟବହାର ମଧ୍ୟ ରହିଛି ଯାହାଦ୍ୱାରା ଆମକୁ ବହୁତ ଲାଭ ମିଳିଥାଏ। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ, ସୁନ୍ଦରତା ବଢ଼ାଇବା ପାଇଁ ମଧ୍ୟ ସେତିକି ଉପଯୋଗୀ।
ମସୁର ଡାଲିରେ ଥିବା ମିନେରାଲ୍, ଭିଟାମିନ୍, ଆଣ୍ଟିଅକ୍ସଡାଣ୍ଟ୍‍ ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ। ଆପଣଙ୍କ ତ୍ୱଚା ଅନୁସାରେ ମସୁର ଡାଲି ପାଉଡରରେ ଅନ୍ୟ ଉପାଦାନ ମିଶାଇ ମୁହଁରେ ଲଗାଇବା ଦ୍ୱାରା ବହୁତ ଲାଭ ମିଳିଥାଏ।

ତେବେ ଚାଲନ୍ତୁ ଜାଣିବା ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହାକୁ କିପରି ବ୍ୟବହାର କରିବେ –

- Advertisement -

୧. ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମସୁର ଡାଲି ପେଷ୍ଟରେ ବେସନ ଓ ମୁଲତାନୀ ମାଟି ମିଶାଇ ବ୍ୟବହାର କରିପାରିବେ।
୨. ମସୁର ଡାଲିରେ କ୍ଷୀର ଓ ଅଣ୍ଡାର ଧଳା ଭାଗ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହାକୁ ମୁହଁରେ ଲଗାଇ ଶୁଖିବାକୁ ଛାଡ଼ିଦିଅନ୍ତୁ। ଶୁଖିଲା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହା ଚେହେରାକୁ ସତେଜ ଓ ଉଜ୍ୱଳ କରିଥାଏ।

୩. ମସୁର ଡାଲିରେ କ୍ଷୀର ମିଶାଇ ବ୍ୟବହାର କରିପାରିବେ। ଏହି ପେଷ୍ଟକୁ ହାଲ୍କା ଭାବେ ମୁହଁରେ ଲଗାନ୍ତୁ। ଏହା ମୁହଁରେ ଥିବା ମୃତ କୋଷିକା, ମଇଳା, ତୈଳ ଅଂଶ ବାହାର କରିଦେଇଥାଏ। ସପ୍ତାହକୁ ଥରେ ଏହାକୁ ମୁହଁରେ ଲଗାଇଲେ କଳା ଦାଗ ହଟିଯିବା ସହ ମୁହଁ ଉଜ୍ୱଳ ଦେଖାଯିବ।
୪. ଯେଉଁ ଲୋକଙ୍କ ଚର୍ମ ଶୁଷ୍କ ହୋଇଥାଏ ସେମାନେ ମସୁର ଡାଲି ପାଉଡରରେ ମହୁ ମିଶାଇ ମୁହଁରେ ଲଗାଇଲେ ଲାଭ ମିଳିଥାଏ।
୫. ଯଦି ଆପଣଙ୍କ ଚେହେରା ତେଲିଆ, ତେବେ ମସୁର ଡାଲି ପାଉଡରରେ ଭିନେଗାର ମିଶାଇ ମୁହଁରେ ଲଗାଇ ପାରିବେ।
୬ . ଆପଣଙ୍କ ଚର୍ମ ଶୁଷ୍କ କିମ୍ବା ତେଲିଆ ନହୋଇ ସ୍ୱାଭାବିକ ହୋଇଥିଲେ ମସୁର ଡାଲି ପାଉଡରରେ ଦହି ଓ ଭିନେଗାର ମିଶାଇ ମୁହଁରେ ଲଗାଇପାରିବେ। ଏହା ଶୁଖିଯିବା ପରେ ଧୋଇ ଦିଅନ୍ତୁ, ମୁହଁ ଉଜ୍ୱଳ ଦିଶିବ। ଭିନେଗାର ବଦଳରେ ଆପଣ ଲେମ୍ବୁ ରସ ମଧ୍ୟ ବ୍ୟବହାର କରିପାରିବେ।
୭. ମସୁର ଡାଲି ପାଉଡରରେ ବାଦାମ ତେଲ, ଗ୍ଲିସେରିନ୍ ଓ ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରିପାରିବେ। ଏହା ଫେସ୍ ପ୍ୟାକ୍ ପରି କାମ କରିବ।

ଧ୍ୟାନ ଦେବେ –

୧. କଳା ଓ ଧଳା ଦାଗ ଦୂର କରିବାରେ ମସୁର ଡାଲି ବହୁତ ଲାଭକାରୀ। ହେଲେ ଏହାକୁ ସପ୍ତାହକୁ ଥରେରୁ ଅଧିକ ବ୍ୟବହାର କଲେ ମୁହଁ ପାଇଁ ଆବଶ୍ୟକ ତୈଳ ଅଂଶକୁ ମଧ୍ୟ ତ୍ୱଚା ଭିତରକୁ ଯିବା ବନ୍ଦ କରିଦେଇଥାଏ।
୨. ଏହା ଚେହେରାକୁ ଉଜ୍ୱଳ କରିବା ସହ ଶୁଷ୍କ ମଧ୍ୟ କରିଦେଇଥାଏ। ତେଣୁ ଏହାକୁ ବ୍ୟବହାର କରିବା ପରେ ମୁହଁରେ ମଏଶ୍ଚରାଇଜର୍ ଲଗାଇବାକୁ ଭୁଲିବେ ନାହିଁ।
୩. ଯେଉଁମାନଙ୍କ ଚର୍ମ ଶୁଷ୍କ ଓ ସମ୍ବେଦନଶୀଳ, ସେମାନେ ଏହାର ବ୍ୟବହାରରୁ ଦୂରେଇ ରହିବା ଉଚିତ୍।
୪. ଯଦି ମୁହଁରେ ବ୍ରଣ ହୋଇଛି କିମ୍ବା ଚର୍ମରୋଗ ହୋଇଛି, ତେବେ ଏହାକୁ ବ୍ୟବହାର କରନ୍ତୁ ନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories