www.samajalive.in
Monday, December 8, 2025
20.1 C
Bhubaneswar

ଉଦଘାଟନ ପରେ ମଧ୍ୟ କାମରେ ଆସୁନି ସୂଚନା କେନ୍ଦ୍ର ଏବଂ ପାଠାଗାର

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଆଗରେ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ଦ୍ଵାରା ନିର୍ମାଣ କରାଯାଇଥିବା ସୂଚନାକେନ୍ଦ୍ର ତଥା ପାଠାଗାରଟି ଗତ ୨୦୨୦ ମସିହାରେ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ଉଦଘାଟନ ହୋଇଥିଲା । କିନ୍ତୁ  ସେହି ଦିନଠାରୁ ଏହି କାର୍ଯ୍ୟାଳୟରେ କେତେବେଳେ ବିଦ୍ୟୁତ ଏବଂ ପାଣି ସଂଯୋଗ ହୋଇନଥିବା ବେଳେ, ଆଉ କେତେବେଳେ କର୍ମଚାରୀ ନଥିବାର ଆଳ ଦେଖାଇ ବିଭାଗୀୟ ଅଧିକାରୀ ତାଲା ପକାଇ ରଖିଛନ୍ତି ।
ଫଳରେ ଯେଉଁ ଉଦେଶ୍ୟ ନେଇ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହି ବିଲଡିଂ ଟି ନିର୍ମାଣ କରାଯାଇଥିଲା ତାହା ଏବେ ଧୂଳିରେ ମିଶିବାକୁ ବସିଛି । ଠିକାଦାର ଏହି ଗୃହ ନିର୍ମାଣ କାର୍ଯ୍ୟ ଶେଷ କରି ୨୦୧୮-୧୯ ଆର୍ଥିକ ବର୍ଷରେ ବିଭାଗକୁ ହସ୍ତାନ୍ତର କରିବା ପରେ ୨୦୨୦ରେ ଉଦଘାଟନ ହୋଇଥିଲା ।
କିନ୍ତୁ ଅଦ୍ୟାବଧି ସମ୍ପୃକ୍ତ କାର୍ଯ୍ୟର ପ୍ରାପ୍ୟ ଠିକାଦାର ପାଇପାରି ନଥିବା ବେଳେ ସମସ୍ତଙ୍କ ନିକଟକୁ ଧାଇଁଛନ୍ତି । କିନ୍ତୁ କେହି ତାଙ୍କ କଥାକୁ କର୍ଣ୍ଣପାତ କରୁନାହାନ୍ତି ।ଖୋର୍ଦ୍ଧାରେ ଥିବା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଧିକାରୀଙ୍କ ସହିତ କର୍ମଚାରୀ ନାହାନ୍ତି । ଖୋର୍ଦ୍ଧା କାର୍ଯ୍ୟାଳୟରୁ ଜଣେ କର୍ମଚାରୀଙ୍କୁ ଏଠାକୁ ଡେପୁଟ କରାଯାଇ କାର୍ଯ୍ୟାଳୟ ଖୋଲାଯାଉଥିଲା ।
ଏବେ ସେଠାରେ କର୍ମଚାରୀ ମରୁଡି ପଡ଼ିଥିବାରୁ ଏହି କାର୍ଯ୍ୟାଳୟରେ ତାଲା ଝୁଲୁଛି । ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ବିଲଡିଂ କାମରେ ନ ଆସିବା ଯୋଗୁଁ ଏବଂ ଘର ଭିତରେ ଥିବା ହଜାର ହଜାର ସଂଖ୍ୟାରେ ବହି ଗୁଡିକ ଉଇ ଚଢ଼ିଗଲାଣି । ଫଳରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି ।
ବାରମ୍ବାର ଏ ସମ୍ପର୍କରେ ଗଣମାଧ୍ୟମରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ନଦେଇ କାର୍ଯ୍ୟାଳୟଟିରେ ତାଲା ପକାଇ ରଖିଛନ୍ତି । ଦୈନିକ ୨୧ ଟି ପଂଚାୟତର ଜନପ୍ରତିନିଧି ,ଜନସାଧାରଣ ଏବଂ ବୁଦ୍ଧିଜୀବୀ ମାନେ ବ୍ଲକକୁ ଆସୁଥିଲେ ମଧ୍ୟ ପାଠଗାରରେ ତାଲା ପଡିଥିବାର ଦେଖି ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଏଠାରୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ସାମନାରେ ଏକ ଭଡା ଘରେ ଏହି ସରକାରୀ କାର୍ଯ୍ୟାଳୟଟି ଖୋଲାଯାଇଥିଲା । ସେ ସମୟରେ ଜଣେ ୪ ର୍ଥ ଶ୍ରେଣୀ କର୍ମଚାରୀ ଏଠାର ଦାୟିତ୍ୱରେ ରହି କାର୍ଯ୍ୟାଳୟ  ଖୋଲୁଥିଲେ ।
ତାଙ୍କ ଅବସର ପରେ ଖୋର୍ଦ୍ଧା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ଅନ୍ୟ ଜଣେ ଲାଇବ୍ରେରିଆନଙ୍କୁ ସପ୍ତାହକୁ ୩ ଦିନ ଏଠାକୁ ଆସିବା ପାଇଁ ନିର୍ଦେଶ ଦେଇଥିବାବେଳେ ସେ ଦିନକ ପାଇଁ ଏଠାକୁ ଆସିନାହାନ୍ତି ।ତତ୍କାଳୀନ ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ ସମୟରେ ୨୦୧୮ ନଭେମ୍ବର ମାସରେ ଏହି କାର୍ଯ୍ୟାଳୟର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । କିନ୍ତୁ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ୨୦୨୦ ଅକ୍ଟୋବର ମାସରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା । ଏପରିକି ଉଦଘାଟନ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟାଳୟର ନାମ ଫଳକ ମଧ୍ୟ ଲେଖାଯାଇନାହିଁ ।ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories