www.samajalive.in
Saturday, December 13, 2025
26.1 C
Bhubaneswar

ଆଜି ବାହା ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଗୁରୁବାର ବିବାହ କରୁଛନ୍ତି। ସେ ଡାକ୍ତରାଣୀ ଗୁର୍‌ପ୍ରୀତ କାଉର(୩୨)ଙ୍କୁ ବିବାହ କରୁଛନ୍ତି। ମା’ ହରପାଲ କାଉର ଓ ଭଉଣୀ ମନପ୍ରୀତ୍‌ଙ୍କ ପସନ୍ଦ କ୍ରମେ ସେ ଗୁର୍‌ପ୍ରୀତଙ୍କୁ ବିବାହ କରିବାକୁ ସ୍ଥିର କରିଛନ୍ତି। ପ୍ରାୟ ଦେଢ଼ବର୍ଷ ଧରି ମାନ୍‌ଙ୍କ ପରିବାର ସହ ତାଙ୍କର ସମ୍ପର୍କ ଥିଲା। ତାଙ୍କ ଘର ହରିୟାଣାରେ କିନ୍ତୁ ସେ ପଞ୍ଜାବର ରାଜପୁରାଠାରେ ରହୁଛନ୍ତି। ୪୮ବର୍ଷୀୟ ଭଗୱନ୍ତଙ୍କର ଏହା ଦ୍ବିତୀୟ ବିବାହ। ସେ ପ୍ରଥମେ ଇନ୍ଦରପ୍ରୀତ୍‌ କାଉରଙ୍କୁ ବିବାହ କରିଥିଲେ; କିନ୍ତୁ ୨୦୧୫ ସେମାନଙ୍କର ବିଚ୍ଛେଦ ଘଟିଥିଲା। ଉଭୟଙ୍କର ଏବେ ଝିଅ ଶିରତ (୨୧) ଓ ପୁଅ ଦିଲସାନ୍‌ (୧୭) ନାମରେ ଦୁଇ ସନ୍ତାନ ଅଛନ୍ତି। ସେମାନେ ଏବେ ମା’ଙ୍କ ସହ ଆମେରିକାରେ ଅବସ୍ଥାନ କରୁଛନ୍ତି। ଦୁଇ ପିଲା ମାର୍ଚ୍ଚ ୧୬ରେ ଅନୁଷ୍ଠିତ ମାନ୍‌ଙ୍କ ଶପଥଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ। ଚଣ୍ଡିଗଡ଼ସ୍ଥିତ ସରକାରୀ ବାସଭବନରେ ହେବାକୁ ଥିବା ନିରାଡ଼ମ୍ବର ବିବାହ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଥାଇ ବିବାହ କରିବାରେ ମାନ୍‌ ସମ୍ଭବତଃ ପ୍ରଥମ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories