www.samajalive.in
Sunday, December 14, 2025
26.1 C
Bhubaneswar

‘ଅଗ୍ନିପଥ’ ଯୋଜନା ସଚେତନତା କର୍ମଶାଳା

ଚୌଦ୍ୱାର: ଚୌଦ୍ୱାର କଲେଜ ପ୍ଲେସମେଣ୍ଟ ସେଲ ତରଫରୁ ଅଗ୍ନିପଥ ଯୋଜନା ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। କଲେଜ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ସେବତାଙ୍କ ପୌରୋହିତ୍ୟରେ କଲେଜ ସଭାଗୃହରେ ଆୟୋଜିତ ଏହି କର୍ମଶାଳାରେ ସେନା ନିଯୁକ୍ତି ଅଧିକାରୀ କର୍ଣ୍ଣେଲ ହରମିନ୍ଦର ସିଂ, କଟକ ଏନ୍‍ସିସି କାର୍ଯ୍ୟାଳୟ ମୁଖ୍ୟ କମାଣ୍ଡିଂ ଅଫିସର ଏସ୍‍. ପି. ହୋତା,କଲେଜର ବାଣିଜ୍ୟ ବିଭାଗ ମୁଖ୍ୟ ତଥା ପ୍ଲେସ୍‍ମେଣ୍ଟ ସେଲର ସଦସ୍ୟ ପ୍ରାଧ୍ୟାପକ ପ୍ରଭାକର ମିଶ୍ର ପ୍ରମୁଖ ଯୋଗଦେଇ ଅଗ୍ନିପଥ ଯୋଜନାର ମୁଲଲକ୍ଷ ଓ ଯୁବ ନିଯୁକ୍ତି କ୍ଷେତ୍ରରେ ଏହାର ବିଶେଷ ଉପଯୋଗିତା ଉପରେ ଉପସ୍ଥିତ ଏନ୍‍ସିସି କ୍ୟାଡେଟ ମାନଙ୍କୁ ବୁଝାଇଥିଲେ। ଏହି ଜନାଭିମୁଖି ଯୋଜନା ଭବିଷ୍ୟତରେ ଜାତୀୟ ସୁରକ୍ଷା ଇକୋ ସିଷ୍ଟମ୍‍ର ସୁଗମ ପ୍ରବେଶ ପାଇଁ ବାଟ ଦେଖାଇବା ସହିତ ଦେଶରକ୍ଷା ଓ ସେନା ବାହିନୀକୁ ମଜବୁତ କରିବା ଦିଗରେ ଏହି ଯୋଜନା ହିଁ ଏକ ଠିକଣା ପଦକ୍ଷେପ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ପ୍ଲେସମେଣ୍ଟ ସେଲର କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମୀ ରାଉତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ପ୍ରାଧ୍ୟାପକ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories