www.samajalive.in
Sunday, December 14, 2025
15.1 C
Bhubaneswar

ଘୋଡ଼ା ଚଢ଼ି ଗ୍ରାହକଙ୍କ ନିକଟରେ ଖାଦ୍ୟ ପହଞ୍ଚାଉଛନ୍ତି ସ୍ୱିଗୀ ବୟ; ଦେଖନ୍ତୁ ଭିଡିଓ

ମୁମ୍ବାଇ:  ବର୍ତ୍ତମାନର ସମୟରେ ହୋଟେଲର ଖାଇବା ପ୍ରାୟ ଅଧିକାଂଶ ଲୋକ ପସନ୍ଦ କରୁଛନ୍ତି । ସ୍ୱିଗୀ ଓ ଜୋମାଟୋ ପରି ଖାଦ୍ୟ ବିତରଣ ସଂସ୍ଥା କମ୍ ସମୟରେ ଗ୍ରାହକଙ୍କ ଘରେ ଖାଦ୍ୟ ପହଞ୍ଚାଇ ଦେଉଛନ୍ତି । ହେଲେ ଆପଣ  ସ୍ୱିଗୀ ହେଉ କି ଜୋମାଟୋ ସଂସ୍ଥାର ଖାଦ୍ୟ ବିତରଣ କରୁଥିବା ପିଲା ମାନେ ସାଇକେଲ ଓ ବାଇକ୍ ଚଢ଼ି ଘରେ ଘରେ ଖାଦ୍ୟ ପହଞ୍ଚାଉଥିବା ଦେଖିଥିବେ ଏବଂ ଜଣିଥିବେ ମଧ୍ୟ । ହେଲେ ଏଠି ଜଣେ ସ୍ୱିଗୀ ବୟ କିପରି ଘୋଡ଼ା ଚଢ଼ି ଗ୍ରାହକଙ୍କ ନିକଟରେ ଖାଦ୍ୟ ପହଞ୍ଚାଉଛନ୍ତି ଦେଖନ୍ତୁ ।

ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାର ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯୁବକ ଜଣକ ଏକ ଧଳା ଘୋଡ଼ାରେ ଯାତ୍ରା କରୁଛନ୍ତି । ଆଉ କାନ୍ଧରେ ରହିଛନ୍ତି ସ୍ୱିଗୀର ବ୍ୟାଗ୍ । ଭିଡିଓଟି ମୁମ୍ବାଇର ହୋଇଥିବା ଜଣାପଡ଼ିଥିବା ବେଳେ ବର୍ଷାରେ ଯୁବକ ଜଣକ ଟ୍ରାଫିକ୍ ଅତିକ୍ରମ କରୁଥିବା ଦେଖିବାକୁ ମିଳିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories