www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରଧାନ ବିଚାରପତିଙ୍କୁ ଚିଠି: ମାମଲା ଶୁଣାଣିରୁ ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତଙ୍କୁ ବାଦ୍‌ ଦିଆଯାଉ

ନୂଆଦିଲ୍ଲୀ: ବିଜେପିର ନିଲମ୍ବିତ ନେତ୍ରୀ ନୂପୁର ଶର୍ମାଙ୍କ ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିକଟରେ ଦେଇଥିବା ଟିପ୍ପଣୀଙ୍କୁ ବିରୋଧ କରିଛନ୍ତି କେତେକ ଅବସରପ୍ରାପ୍ତ ବିଚାରପତି, ଅମଲାତନ୍ତ୍ର ଅଧିକାରୀ ଓ ଅବସରପ୍ରାପ୍ତ ସେନା ଅଧିକାରୀ। ନୂପୁରଙ୍କ ପ୍ରସଙ୍ଗରେ ଦିଆଯାଇଥିବା ଟିପ୍ପଣୀକୁ ପ୍ରତ୍ୟାହାର କରିବା ଲାଗି ଏହିସବୁ ବିଶିଷ୍ଟ ବ୍ୟକ୍ତି ବିଶେଷ ପ୍ରଧାନ ବିଚାରପତି ଏନଭି ରମଣାଙ୍କ ନିକଟକୁ ପତ୍ର ଲେଖିଛନ୍ତି। ଚିଠି ଲେଖିଥିବା ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଅଛନ୍ତି ୧୫ଜଣ ଅବସରପ୍ରାପ୍ତ ବିଚାରପତି, ୭୭ଜଣ ପୂର୍ବତନ ଅମଲାତନ୍ତ୍ର ଅଧିକାରୀ ଓ ୨୫ଜଣ ଅବସରପ୍ରାପ୍ତ ସେନା ଅଧିକାରୀ।

ପ୍ରଧାନ ବିଚାରପତିଙ୍କ ନିକଟକୁ ଲେଖିଥିବା ଚିଠିରେ ଏହିସବୁ ବ୍ୟକ୍ତି ବିଶେଷ କହିଛନ୍ତି ଯେ ନୂପୁରଙ୍କ ସମ୍ପର୍କରେ ଦିଆଯାଇଥିବା ଟିପ୍ପଣୀରେ ସୁପ୍ରିମକୋର୍ଟ ଲକ୍ଷ୍ମଣ ରେଖା ଅତିକ୍ରମ କରିଛନ୍ତି। ତେଣୁ ଏହି ଟିପ୍ପଣୀକୁ ସଂଶୋଧନ କରାଯାଉ। ଜୁଲାଇ ୧ରେ ସୁପ୍ରିମକୋର୍ଟ ବିଚାରପତି ସୂର୍ଯ୍ୟ କାନ୍ତ ଓ ଜେବି ପର୍ଡିୱାଲାଙ୍କୁ ଗଠିତ ପୀଠ ନୂପୁର ଶର୍ମାଙ୍କ ପକ୍ଷରୁ ଦାୟର ଏକ ପିଟିସନ ଉପରେ ଶୁଣାଣି କାଳରେ ତାଙ୍କୁ ଭର୍ତ୍ସନା କରିଥିଲେ। ମହମ୍ମଦଙ୍କ ସମ୍ପର୍କରେ ନୂପୁର ଦେଇଥିବା ମନ୍ତବ୍ୟକୁ ନେଇ ପୀଠ କହିଥିଲେ ଯେ ତାଙ୍କ ପାଇଁ ଦେଶ ଜଳୁଛି। ଲୋକଙ୍କୁ ହତ୍ୟା କରାଯାଉଛି। ତେଣୁ ସେ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ। ଚିଠିରେ ବିଚାରପତି ସୂର୍ଯ୍ୟ କାନ୍ତଙ୍କୁ ଆଗାମୀ ଦିନରେ କୌଣସି ମାମଲା ଶୁଣାଣି କରିବାକୁ ନ ଦେବା ଲାଗି ମଧ୍ୟ କୁହାଯାଇଛି।

- Advertisement -

ଜାମ୍ମୁସ୍ଥିତ ‘ଫୋରମ ଫର ହ୍ୟୁମ୍ୟାନ ରାଇଟ୍ସ ଆଣ୍ଡ ସୋସିଆଲ ଜଷ୍ଟିସ, ଜେଆଣ୍ଡକେ ଆଣ୍ଡ ଲଦାଖ’ ମଧ୍ୟ ଏ ପ୍ରସଙ୍ଗରେ ଏକ ଚିଠି ଲେଖି ବିଚାରପତି ସୂର୍ଯ୍ୟ କାନ୍ତଙ୍କୁ ମାମଲା ଶୁଣାଣି ଲାଗି ନ ଦେବାକୁ କହିଛି। ଚିଠିରେ ସ୍ବାକ୍ଷର କରିଥିବା ଅବସରପ୍ରାପ୍ତ ବିଚାରପତିମାନେ ହେଲେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି କ୍ଷୀତିଜ୍ ବ୍ୟାସ, ଗୁଜରାଟ ହାଇକୋର୍ଟର ବିଚାରପତି ଏସଏମ୍ ସୋନି, ରାଜସ୍ଥାନ ହାଇକୋର୍ଟର ବିଚାରପତି ଆରଏସ୍ ରାଠୋଡ, ପ୍ରଶାନ୍ତ ଅଗ୍ରୱାଲ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଏସ୍‌ଏନ ଧିଙ୍ଗ୍ରା। ସେହିପରି ପୂର୍ବତନ ଆଇଏଏସ୍ ଆରଏସ୍ ଗୋପାଳନ, ଏସ୍ କୃଷ୍ଣକୁମାର, ପୂର୍ବତନ ଡିଜିପି ଏସପି ବୈଦ, ବିଏଲ୍‌ ଭୋରା, ଅବସରପ୍ରାପ୍ତ ଏୟାର ମାର୍ଶାଲ ଏସପି ସିଂହ, ପୂର୍ବତନ ଲେପ୍ଟନାଣ୍ଟ ଜେନେରାଲ ଭି​କେ ଚତୁର୍ବେଦୀ ପ୍ରମୁଖ ଉକ୍ତ ଚିଠିରେ ସ୍ବାକ୍ଷର କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories