www.samajalive.in
Saturday, December 13, 2025
26.1 C
Bhubaneswar

ଉତ୍କଳମଣି ଗୋପବନ୍ଧୁ ନିଜ ଭିତରେ ସମଗ୍ର ମାନବ ସମାଜକୁ ଦେଖୁଥିଲେ

ଗୁରୁଡ଼ିଝାଟିଆ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଥିଲେ ମାନବବାଦୀ ଚିନ୍ତକ। ନିଜ ଭିତରେ ସମଗ୍ର ମାନବ ଜାତିର ଚିତ୍ରକୁ ଦେଖି ସେମାନଙ୍କ ଉତଥାନ ପାଇଁ କାର୍ଯ୍ୟ କରୁଥିଲେ। ଓଡିଆ ଜାତିର ପ୍ରାଣକର୍ତ୍ତା ଭାବେ ବଢ଼ି, ମରୁଡ଼ି ଓ ଦୁର୍ବିପାକ ସମୟରେ ବିପଦ ଆପଦରେ ଠିଆ ହୋଇ ଲୁହ ପୋଛିବା ସହ ସହାୟତାର ହାତ ବଢ଼ାଉଥିଲେ ବୋଲି ଖୁଣ୍ଟୁଣୀ ରାଧାନାଥ ବିଦ୍ୟାପୀଠ ପରିସରରେ ଆୟୋଜିତ ସେବା ଓ ସେବକ ସପ୍ତାହ ଉପଲକ୍ଷେ କାର୍ଯ୍ୟକ୍ରମର ଗୋପବନ୍ଧୁ ନର୍ସିଂ କଲେଜର ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ମତପ୍ରକାଶ କରିଥିଲେ।

ବିଦ୍ୟାଳୟ ପ୍ରଧାନଶିକ୍ଷକ ସୌମେନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜୀବନର ଲକ୍ଷ୍ୟ ଓ ସମଗ୍ର ଜୀବନ ସେବା ତିତୀକ୍ଷାରେ ବିତିଥିଲା ବୋଲି କହିଥିଲେ। ଉତ୍ସବର ଆବାହକ ସାମ୍ବାଦିକ ଶ୍ୱେତକାନ୍ତ ବେହେରା ଉପସ୍ଥିିତ ବିଦ୍ୟାର୍ଥୀମାନଙ୍କୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ବିଚାରଧାରା, ନୀତି, ଆଦର୍ଶ ଓ ମୂଲ୍ୟବୋଧ ସଂପର୍କରେ ଆଲୋକପାତ କରିବା ସହ ଜୀବନରେ ଏହାକୁ ଅନୁସରଣ କଲେ ଭଲ ଓ ବଡ ମଣିଷ ହୋଇପାରିବ ବୋଲି କହିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳୀ ସାମଲ,ଅର୍ଚ୍ଚନା ପ୍ରିୟଦର୍ଶିନୀ,ଅମୃତା ମିଶ୍ର,ଲପ୍ସା ପ୍ରିୟଦର୍ଶିନୀ ପଲାଇ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ପୂଣ୍ୟାତ୍ମା ଉତ୍କଳମଣିଙ୍କ ସମଗ୍ର ଜୀବନ ଦେଶ ଓ ଦଶର କଲ୍ୟାଣ ଦିଗରେ ଅଭିପ୍ରେତ ଥିବା ବେଳେ ସାଧାରଣ ଜନତାଙ୍କ ହୃଦୟର ଭାଷାକୁ ବୁଝି ଆଖିର ଲୁହ ପୋଛି ତ୍ୟାଗୀ ଓ ସେବକ ଭାବରେ ନିଜକୁ ଅଭିହିତ କରିପାରିଥିଲେ ବୋଲି କହିଥିଲେ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସେବା ଓ ତିତୀକ୍ଷା ବିଷୟକୁ ନେଇ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗୀତାରେ କୃତୀତ୍ୱ ଅର୍ଜନ କରିଥିବା ରାକେଶ ସାହୁ,ସମୀକ୍ଷା ଦାସ,ଫୈଜିନ୍‍ କମଲ ଙ୍କୁ ଉତ୍ତରୀୟ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। କାର୍ଯ୍ୟକ୍ରମରେ ରେହମତ ବେଗମ, ରଶ୍ମୀରାଣୀ ପୃଷ୍ଟି, ସବ୍ୟସାଚୀ ଦାସ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories