www.samajalive.in
Sunday, December 14, 2025
26.1 C
Bhubaneswar

କନ୍ଧମାଳରେ ସେବା ଓ ସେବକ ସପ୍ତାହର ୭ମ ଦିନ, ଗୋପବନ୍ଧୁ ଓ ସାମାଜିକ ଦାୟିତ୍ୱବୋଧ ଉପରେ ଆଲୋଚନା ଚକ୍ର

ଫୁଲବାଣୀ: ଉତ୍କଳମଣି ଗୋପବନ୍ଧୁଙ୍କ ପୂଣ୍ୟତିଥି ଅବସରରେ ସମାଜ ଓ ଲୋକ ସେବକ ମଣ୍ଡଳ ପକ୍ଷରୁ ଚାଲିଥିବା ସେବା ଓ ସେବକ ସପ୍ତାହର ୭ଷ୍ଠ ଦିନରେ ଫୁଲବାଣୀ ସ୍ଥିତ ପ୍ରେସ୍‍ କ୍ଲବ ସଭାଗୃହ ଠାରେ ଆଜି ଅପରାହ୍ନରେ ଗୋପବନ୍ଧୁ ଓ ସାମାଜିକ ଦାୟିତ୍ୱବୋଧ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରତଷ୍ଠାତା, ଉତ୍କଳରମଣି ପଣ୍ଡିତ ଗୋପବନ୍ଧୁ ଥିଲେ ଏକ ପ୍ରବାହ ମାନ ସାମାଜିକ ଜୀବନଧାରା। ନିଜ କାର୍ଯ୍ୟ, କର୍ମ ଓ ବାକ୍ୟରେ ସଦା ଜାଗ୍ରତ ଥିବା ଉତ୍କଳର ପ୍ରମୁଖ ରାଜନୈତିକ ଗୋପବନ୍ଧୁ ଦାସ ଥିଲେ ଜାତୀୟ ଅଭିମାନ୍ତ୍ରୀକ। ଅଧ୍ୟାପକ ଡ଼.କାହ୍ନୁ ଚରଣ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ପଣ୍ଡିତ ଅନନ୍ତ ଚରଣ ମିଶ୍ରଙ୍କ ବକ୍ତବ୍ୟବରେ ଉପସ୍ଥାପନ କରିଥିଲେ। ଜଣେ ପ୍ରମୁଖ ସାରସ୍ୱତ ସାଧକ ତଥା ସତ୍ରବାଦୀ ଯୁଗର ସାହିତ୍ୟର ପ୍ରବାହମାନ ଧାରାରେ ସାମିଲ୍‍ କରିଥିବା ଉତ୍କଳ ମଣିଥିଲେ ଓଡ଼ିଶାର ଚଳନ୍ତି ସାହିତ୍ୟକ। ସାମ୍ବାତିକ, କବି ତଥା ଲେଖକ ଡ଼କ୍ଟର ରଂଜନ କୁମାର ପ୍ରଧାନଙ୍କ ବକ୍ତ୍ୟବ ମଧ୍ୟରେ ଆଧୁନିକ ଯୁବ ପିଢୀରେ ଗୋପବନ୍ଧୁଙ୍କ ଭଳି ବାସ୍ତବବାଦୀ ସମାଜ ସେବୀ ଆଗେଇ ଆସିଲେ ରାଜ୍ୟ ତଥା ସମାଜର ଯଥେଷ୍ଟ ଉନ୍ନତି ହୋଇ ପାରିବ ବୋଲି ମତଦେଇଥିଲେ। ଯେଉଁ ସମାଜସେବୀ ନିଜ ଉଦବୋଧନ ମାଧ୍ୟମରେ ମିଶୁ ମୋର ଦେହ ଏ ଦେଶ ମାଟିରେ . . ବୋଲି ଉଦବୋଧନ ଦେଇଥିଲେ ସେ ଭଳି ମହାତ୍ମା ସମଗ୍ର ଦେଶରେ ବିରଳ ବୋଲି ଆଲୋଚିକା ପ୍ରଣତି ତିପାଠୀ ଆଲୋଚନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥିଭାବେ ଜିଲା ପ୍ରେସ୍‍ କ୍ଲବର ସଂପାଦକ ପ୍ରଶାନ୍ତ କୁମାର ବେହେରା ଗୋପବନ୍ଧୁଙ୍କ ଜୀବନଚର୍ଯ୍ୟା ହିଁ ସମାଜସେବା ପାଇଁ ଅଭିପ୍ରେତ ବୋଲି କହିଥିଲେ। ସାମଜର ଜିଲା ପ୍ରତିନିଧି ଅଶୋକ ମହାନ୍ତି ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମରେ ବହୁ ବ୍ୟକ୍ତି ବିଶେଷ ଏବଂ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ମାନେ ସାମିଲ୍‍ ହୋଇଥିଲେ। ଏହି ଅବସରରେ ସମସ୍ତ ଆଲୋଚକ ମାନଙ୍କୁ ଉପଠୋକନ ସହିତ ଗୋପବନ୍ଧୁଙ୍କ ଏକ ପୁସ୍ତିକା ପ୍ରଦାନ କରାଯାଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories