www.samajalive.in
Sunday, December 14, 2025
26.1 C
Bhubaneswar

ଆଦିବାସୀ ଛାତ୍ରୀନିବାସ ପାଲଟିଛି ଭୂତକୋଠି, କୋଠା ଛାତରୁ ଗଳୁଛି ପାଣି

ମୋହନା: କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଛାତ୍ରୀଛାତ୍ରଙ୍କ ବିକାଶ ତଥା ପାଠ ପଢ଼ା, ରହିବା, ଖାଇବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ପ୍ରଶାସନିକ ଅବହେଳା ସଙ୍ଗକୁ ଠିକାଦାରଙ୍କ ମନମୁଖୀ କାର୍ଯ୍ୟକଳାପ ଓ ଦୁର୍ନିତୀ ମନୋଭାବ ଯୋଗୁଁ ସୁଫଳ ପାଇପାରୁ ନାହାଁନ୍ତି ଛାତ୍ରଛାତ୍ରୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ହିଲଟପ ସ୍ନାତକ ମହାବିଦ୍ୟାଳୟ ପରିସରରେ ନବନିର୍ମିତ ଛାତ୍ରୀ ନିବାସ କୋଠା ନିର୍ମାଣ କେଳେଙ୍କାରିରେ। ସୂଚନା ମୁତାବକ ଭୁବନେଶ୍ଵରର ଜଣେ ବିଶିଷ୍ଟ ଠିକାଦାର ୨୦୧୬ରେ ମହାବିଦ୍ୟାଳୟରେ ପାଠ ପଢୁଥିବା ୧୦୦ ଆସନ ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସ କୋଠା ନିର୍ମାଣ ପାଇଁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ମାଧ୍ୟମରେ ୧ କୋଟି ଟଙ୍କାର କାର୍ଯ୍ୟାଦେଶ ପାଇ କାମ ଆରମ୍ଭ କରି ୨୦୧୮ରେ କାମ ଶେଷ କରିଥିଲେ। କାମ ସରିବାର ୪ ବର୍ଷ ବିତିଯାଇଥିଲେ ମଧ୍ୟ ହଷ୍ଟେଲ କାର୍ଯ୍ୟକ୍ଷମ ହୋଇପାରିନି। ନିମ୍ନମାନର କାମ ଯୋଗୁଁ ବର୍ତ୍ତମାନ ଛାତରୁ ପାଣି ଝରିବା ସହ କାନ୍ଥ ଫାଟି ଆଁ କଲାଣି।

ହଷ୍ଟେଲର ସମ୍ମୁଖଭାଗ ପାଚେରୀ ପଡିଥିବା ବେଳେ ଅନ୍ୟ ପାର୍ଶ୍ଵରେ ପାଚେରୀ ନିର୍ମାଣ ହୋଇନି। ଯାହାଫଳରେ ପରିସର ଲଟାବୁଦାରେ ପରିପୂର୍ଣ୍ଣି ହେବା ସହ ସରୀସୃପଙ୍କ ଆଡ୍ଡ।ସ୍ଥଳୀ ପାଲଟିଛି। କୋଠା ନିର୍ମାଣ ହୋଇଛି କିନ୍ତୁ ଫଳକ ଲାଗିନି। ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ, ବୋରୱେଲ ଖନନ ହୋଇଛି କିନ୍ତୁ ଗୃହ ମଧ୍ୟକୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଇନାହିଁ। ରୋଷେଇ ଘର ମଧ୍ୟ ନିର୍ମାଣ ହୋଇନି। ଗଜପତି ଜିଲ୍ଲାର ବୃହତ୍ତମ ବ୍ଳକ ତଥା ଓଡିଶାର ଦ୍ଵିତୀୟ ବୃହତ୍ତମ ବ୍ଳକ ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠି ପ୍ରାୟ ୮୦ ପ୍ରତିଶତ ଆଦିବାସୀ ବସବାସ କରନ୍ତି। ୨୦ରୁ ୩୦ କିମି ଦୂର ଦୂରାନ୍ତରରୁ ଗରୀବ ଶ୍ରେଣୀର କଲେଜ ପଢୁଆ ଛାତ୍ରଛାତ୍ରୀ ବହୁ କଷ୍ଟରେ ଆର୍ଥୀକ ଅନାଟନ ମଧ୍ୟରେ ଚାଲି କରି, ବସ ଓ ଅଟୋ ଯୋଗେ ପାଠ ପଢିବା ପାଇଁ ଆସନ୍ତି। ଛାତ୍ରୀନିବାସ କାର୍ଯ୍ୟକ୍ଷମ ହେଲେ ଛାତ୍ରୀମାନେ ଉପକୃତ ହୋଇପାରନ୍ତେ ବୋଲି କିଛି ଛାତ୍ରୀ କହିଛନ୍ତି। ଏ ସଂପର୍କରେ ଯୁକ୍ତ ତିନି ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ହଷ୍ଟେଲ କାର୍ଯ୍ୟକ୍ଷମ ହେବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି।

- Advertisement -

ପିଏଆଇଟିଡିଏ ଅଧିକାରୀ ଫାଲଗୁନି ମାଝୀ କହିଛନ୍ତି ଏ ସଂପର୍କରେ ଅବଗତ ହେବାପରେ ଯଥାଶୀଘ୍ର ଠିକାଦାରଙ୍କୁ କହି ବାକି ରହିଯାଇଥିବା କାମ ଓ ମରାମତି କରି ହଷ୍ଟେଲ ଯଥାଶୀଘ୍ର କାର୍ଯ୍ୟକ୍ଷମ କରାଯିବ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories