www.samajalive.in
Saturday, December 13, 2025
26.1 C
Bhubaneswar

ଉପରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ, ସଂସଦ ଭବନ ୬୩ ନମ୍ବର କକ୍ଷରେ ମତଦାନ

ଡେସ୍କ: ଷୋଡ଼ଶ ଉପରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ନାମାଙ୍କନପତ୍ର ଦାଖଲ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ଏହି ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀ ପାଇଁ ଚଳିତ ମାସ ୧୯ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ। ଜୁଲାଇ ୨୦ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ଜୁଲାଇ ୨୨ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଆସନ୍ତା ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହେବ।

ଗେଜେଟ ବିଜ୍ଞପ୍ତି ଅନୁଯାୟୀ, ଅଗଷ୍ଟ ୬ରେ ନୂଆଦିଲ୍ଲୀ ସଂସଦ ଭବନର ୬୩ ନମ୍ବର କକ୍ଷରେ ମତ ଗ୍ରହଣ କରାଯିବ। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତ ଗ୍ରହଣ କରାଯିବ ବୋଲି ଜଣାପଡିଛି। ସଂସଦର ଉଭୟ ଗୃହର ସଦସ୍ୟଙ୍କୁ ନେଇ ଗଠିତ ଇଲେକ୍ଟ୍ରୋରାଲ୍‍ କଲେଜ୍‍ର ସଦସ୍ୟମାନଙ୍କ ଦ୍ୱାରା ଉପରାଷ୍ଟ୍ରପତି ନିର୍ବାଚିତ ହେବେ। ଷୋଡ଼ଶ ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଏହି କଲେଜ୍‍ର ରାଜ୍ୟସଭାର ୨୩୩ଜଣ ନିର୍ବାଚିତ ଏବଂ ୧୨ ଜଣ ମନୋନୀତ ସଦସ୍ୟ ରହିଥିବା ବେଳେ ଲୋକସଭାର ୫୪୩ ଜଣ ନିର୍ବାଚିତ ସଭ୍ୟ ରହିଛନ୍ତି। ଉଭୟ ଗୃହର ସଦସ୍ୟଙ୍କୁ ନେଇ ମୋଟ୍‍ ୭୮୮ ଜଣ ଏହି କଲେଜରେ ଅଛନ୍ତି। ବର୍ତ୍ତମାନର ଉପରାଷ୍ଟ୍ରପତି ଏମ୍‍ ଭେଙ୍କୟା ନାଇଡୁଙ୍କର କାର୍ଯ୍ୟକାଳ ଆସନ୍ତା ମାସ ୧୦ ତାରିଖରେ ଶେଷ ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories